ସିପ୍ରା ନାମତା ,ନମ୍ରତା
ଲହୁ ନୟନରୁ ଲୁହ
କୋଟି କୋଟି ନର-ନାରୀଙ୍କ ପ୍ରାଣରେ
ଆକୁଳ ବିକଳ କୋହ ।।
ଶହୀଦ ହୋଇଲେ ଦେଶର ଯବାନ
ମନ ପ୍ରାଣ ଆତ୍ମା କାନ୍ଦେ
ସହୋଦର ହୋଇ ଶତ୍ରୁ ସାଜଇ
ଆତଙ୍କବାଦର ଫାନ୍ଦେ ।।
ସେଭଳି ଦେଶକୁ ବିଶ୍ୱ ଜାଣନ୍ତି
ହୋଇ ଯେବେ ପଡୋଶୀ
ହୋଇଥିଲା ଦିନେ ଟୁକୁରା ଭାରତ
କଷ୍ଟ ସହି ହସି ହସି ।।
ଭାଗ ହୋଇଥିଲା ଦୁଇ ଦେଶ ଦିନେ
ଇସଲାମ ଓ ହିନ୍ଦୁ ରାଷ୍ଟ୍ର
ସଚା ମୁସଲମାନ କୋରାନ ଜାଣେନା
କରାଏ ସଭିଙ୍କୁ ସନ୍ତସ୍ତ୍ର ।।
ବର୍ବରତା ପଣରେ
ସମ୍ମୁଖ ଯୁଦ୍ଧରେ ମୁହଁକୁ ଲୁଚାଇ
ବାରୁଦ ଫିଙ୍ଗେ ପଛରେ ।।
ଉରି ପରେ ଭୟାବହ ଏ ଘଟଣା
ଆର୍ତ୍ତ ସ୍ୱର ଗୁଞ୍ଜରେ
ଆବାଜ ଉଠଇ ବଦଲା ଦେଶରେ
ଉଷ୍ମ ରକ୍ତ ଧମନୀରେ ।।
ବଳିଦାନ ଆମ ଯବାନ ଭାଇଙ୍କ
ନ ଯାଉ କେବେ ବୃଥାରେ
ପଶୁ ପଣିଆର ସୀମା ଟପେ ଯିଏ
କ୍ଷମା ଦିଅନା ତାହାରେ ।।
ଫିଙ୍ଗି ଦେଇ ସବୁ ଆବେଗ ସଂଭ୍ରମ
ଗୀତା ଜ୍ଞାନ ଅନୁସାରେ
କୃଷ୍ଣ ଅର୍ଜୁନଙ୍କ ସମ୍ବାଦକୁ ସ୍ମର
ମହାଭାରତ ଯୁଦ୍ଧରେ ।।
କେତେ ଆଲୋଚନା କେତେ ବୈଠକ
କରୁଥା'ନ୍ତୁ ସରକାର
ଥରେ ମାତ୍ର ଖାଲି ଆଇନ କରନ୍ତୁ
ସଂଘାତ କର ଏନକାଉଣ୍ଟର ।।
କର ଅବା ମର ନୀତିକୁ ଆଦରି
ନିଅ ସେନା ଭାଇ ବେଗେ
ମଥାନରୁ ପାଣି ବଢି ତ ଗଲାଣି
ଅପେକ୍ଷା କାହାକୁ ତେବେ ? ।।
ଶୋଣିତ ରାଜ୍ୟରେ ହୁରି ପଡିଲାଣି
ବୁହାଇବାକୁ ଶତ୍ରୁ ରକ୍ତ
ନିରବରେ ଆଉ ବସି ରୁହ ନାହିଁ
ଅହିଂସା ଶାନ୍ତିର ଦୂତ ।।ବାରିପଦା 8249850168
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।