ରୁଦ୍ର
ସ୍ପଷ୍ଟ ବାରିହୁଏ ବାସ୍ତବତାରେ ଛଳନାର ତୃଷ୍ଣା
ସର୍ତ୍ତ, ସ୍ୱାର୍ଥ ଅର୍ଥ ପାଖେ ବାକି ସବୁ ପଛ ,
ନରହନ୍ତା ଆଧୁନିକତା ଆଉ ଅଜ୍ଞତା
ବିଦ୍ୱେଷ ମାନସିକତା ଆଉ ଈଶ୍ୱରୀୟ ସତ୍ତା
ମରି ମାରିବାର ନିଶା ଆଉ ସହଭାଗିତା
ପ୍ରେମ ପ୍ରଳାପର ଆଶା ଆଉ ଭାବପ୍ରବଣତା
ଜନ୍ମ ହୁଏ ପବିତ୍ର କୁହାଯାଉଥିବା ସେ ମାଟିରେ
ଟୋପା ଟୋପା ରକ୍ତ ବିନ୍ଦୁର ସଂଯୋଗରେ
ଲୁହ ଦିଏ,କୋହ ଦିଏ,ମୋହ ଦିଏ
ଘୃଣା ଦିଏ, ଉଣା ଦିଏ, କରୁଣା ଦିଏ
ଯୁକ୍ତି ଦିଏ , ଉକ୍ତି ଦିଏ, ଭକ୍ତି ଦିଏ
କ୍ରୋଧ ଦିଏ ପ୍ରତିଶୋଧର ଶକ୍ତି ଦିଏ
ପରିବର୍ତ୍ତନ ଓ ମୁକ୍ତି ଦିଏ ...ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।