ସସ୍ମିତା ମହାପାତ୍ର
ନିବସ୍ତ୍ର କରିଦେଇ ଦୁନିଆ ଦାଣ୍ଡରେ ନିଅ ଯେବେ ଏକାନ୍ତେ କୋଳେଇ ।
ସମୟର ତାଳେ ତାଳେ ଉଙ୍କିମାରି ତୁମପ୍ରୀତି ଦେଖେ ସାରା ମହୀ ।।
ଆସିବକି ନେବା ପାଇଁ ମୋତେ ତୋଳି ଭୁଲିଯାଇ ମୋ ପାପ ପୂଣ୍ୟରେ ।।
ଋତୁ କେତେ ବିତି ଅଛି ସହି ଅଛି ସୁଖ ଦୁଃଖ ହସ ଲୁହ ଧୋଇ ଅଛି କେତେ ।
ଅବୁଝା ବୁଝା ମନରେ ପାପ-ପୂଣ୍ୟ ଧର୍ମାଧର୍ମ କରିଅଛି ଯେତେ ।।
ଜୀବନର ସାଥେ ଖେଳି ବହୁବାର ବୃଥା ଚେଷ୍ଟା କରି ଅଛି ମୁହିଁ ।
ଭାବନା ପଥରେ କେତେ ଦଉଡିଛି ତୁମ ପାଶେ ଟିକେ ଯିବା ପାଇଁ ।।
ଥରେ ତୁମେ ସାଥୀ ହେଲେ ଛାଡିବନି କେବେ ମୋର ହାତ ।
ଜୁଈର ଅଗ୍ନିକୁ ରଖି ସାକ୍ଷୀ ବାନ୍ଧି ନେବ ଏକାନ୍ତରେ କରି ଶତ ସତ୍ୟ ।।
ଅଙ୍ଗର ଅଗ୍ନିରେ ଦଗ୍ଧ ତନୁ-ମନେ ମୋର ପ୍ଳାବିତ କରିବ ଢାଳି ପ୍ରୀତି ସୁଶୀତଳ ।
ତୁମ ପାଶୁ ଆଣିବ ଛଡାଇ ଅଛି ଅବା କେହି ଭରି କା' ବାହୁରେ ବଳ ।।
କାଳର ଗତି ପ୍ରବାହେ ଅହରହ ସତ୍ୟ ପଥେ କର୍ମରତ ରହି ।
ମୋର ଏହି ଅବଶ ଋଗ୍ଣ ଶରୀରେ ହସି ହସି ନିର୍ଦ୍ବନ୍ଦରେ ନେଇଛ କୋଳେଇ ।।
କଥା ଦିଅ ପ୍ରୀୟତମ ଏକାନ୍ତରେ ପାଦ ଥାପି ଆସିବ ମୋ' ପାଶେ ।
ଶତ ଶୃଙ୍ଗାରରେ ସାଜି ସାଥୀ ତୁମ ସାଥେ ହାତ ଧରି ଯିବି ଦୁର ଦେଶେ ।।
ଆକାଶରେ ଥିବେ ସୂର୍ଯ୍ୟ ବାଦଲ ବି ଆକାଶରେ ବଜାଇ ଦୁନ୍ଦୁଭି ।
ଲତା ତମାଳର ଫୁଲେ ସଜାଇ ରୋଷଣୀ ବଧୂ ବେଶେ ପ୍ରୀୟତମ ସାଥେ ଚାଲିଯିବି ।।
ଭୁବନେଶ୍ବର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।