କପୋତ ଯାଇଛି ଝଡର ଦୁଆରେ
ମାଗିବାକୁ ନୀତି ମୂଲ
ଫେରାଇ ଆଣିବ କୋଣାରକ ଦେହେ
ଫେରାଇ ଆଣିବ କୋଣାରକ ଦେହେ
ସଜପାଖୁଡାର ଫୁଲ ।
କପୋତ ଯାଇଛି ବହ୍ନି ଅଗଣାକୁ
ବାହୁନିବ ସେଠି ବସି
ଫେରାଇ ଆଣିବ ବାରୁଦ ଗନ୍ଧରୁ
ଆଗାମୀ ଜୀବନ ଖୁସି ।
କପୋତ ଯାଇଛି ଅନନ୍ତଙ୍କ ପାଶେ
ବସିବାକୁ ହାତ ଯୋଡି
ପ୍ରତିଶୋଧ ଜ୍ଜ୍ବାଳା ପ୍ରତି ପରାଣରେ
ଦେବାକୁ ଗୋପନେ ଛାଡି ।
କପୋତୀର ଗଣ୍ଡୁ ଲୁହର ଝରଣା
ଛାତିକୁ ଛୁଇଁଲା ପରେ
କପୋତର ଆଶା ସଫଳ ପାଇଁକି
କପୋତ ଶାବକ ଡେଣା ସଜାଡନ୍ତି
ଉଡିବେ ପୁଲଓ୍ବାନା ଧାରେ
ଅଧୁରା ସପନ ପୂରା କରିବାକୁ
ଭିଜିବେ ଶିଶିର ନୀରେ ।
କପୋତ ଜନକ,ଜନନୀଙ୍କ କଣ୍ଠେ
ଶୁଭ ଆଶୀଷର ନାରା
ତୁହାଇ ତୁହାଇ ଘୁମୁରି କୁହନ୍ତି
ଜାଗିଉଠ ଦେଶସାରା ।
ଲୀନ ହୋଇଯାନ୍ତୁ ଖଣ୍ଡ ମନୋଧାରୀ
ରୁଣ୍ଡିତ ଶକତି କୋଳେ
ହସୁଥାଉ ମାଟି ପିନ୍ଧି ପରିପାଟୀ
ବୀର ସନ୍ତାନଙ୍କ ମେଳେ ।
ସଂପାଦିକା ,,ସୁଶ୍ରୀ ଶୁଭଶ୍ରୀ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।