3/07/2019

ଶହୀଦ ସଲାମ

କବିତା ମହାନ୍ତି 
ପ୍ରଧାନ ଶିକ୍ଷୟିତ୍ରୀ
                       ହଠାତ୍  ଭାରତର ଭାଗ୍ୟ  ଆକାଶରେ ଘୋଟି ଆସିଥିଲା କଳା ବାଦଲ। ଅଦିନିଆ କାଳ ବୈଶାଖୀର ତୋଡରେ ସତେ ଯେପରି ସବୁ ଧ୍ବଂସ  ହୋଇଯିବ। ସଇତାନ ଖେଳିଲା ମୋ ମାତୃଭୂମି ର ସେବକ ପ୍ରିୟ ଯବାନ ଭାଇଙ୍କ  ରକ୍ତରେ ଫଗୁଣର ହୋଲି । କି ହୃଦୟ ବିଦାରକ  ବୀଭତ୍ସ ଦୃଶ୍ଯ !!

         ସେହି ଖଣ୍ଡବିଖଣ୍ଡିତ  ଶହିଦ୍‌ ଯବାନ ମନୋଜ ବେହେରାଙ୍କ  ମରଶରୀର କଫିକୁ କାନ୍ଦରେ  କାନ୍ଦେଇ ଦେଶ ଭାଇ  ଭାରତ ମାତାର ଜୟଗାନ କରୁଥିଲା। ଆବାଳ ବୃଦ୍ଧ ବନିତା  ସମସ୍ତ  ଆଖିରୁ ଝରୁଥିଲା କୋହ ଭରା ଅଶ୍ରୁ । ବୀରପୁତ୍ର ମନୋଜ   ଭାରତ ମାତାକୁ ଟେକି ଦେଇ ଥିଲା ମସ୍ତକ ।
ଏହା ଥିଲା ମାତୃଭୂମି  ଭଲ ପାଇବାର ପ୍ରତି ଉପହାର। ଭାରତ ମାତାର ଜୟ ଧ୍ବନିରେ ଥ୍ରି ଉଠୁ ଥିଲା ରତନ ପୁର ଗାଆଁର ଗଛପତ୍ର। ଚୂତ ଡାଳରୁ ଶୁଭୁଥିଲା ବିହଙ୍ଗର ରୋଦନ। ପିତାମାତା  ଲୋଟି ପଡୁ ଥେଲେ ଭୂମିରେ । ହଜିଯାଇ ଥିଲା ଶଙ୍ଖା ସିନ୍ଦୂର ସୀମନ୍ତି ମଥାରୁ। ପତ୍ନୀ ଲିଲି ମୂର୍ଚ୍ଛିତା ବାତାହତ ବୃକ୍ଷ ପ୍ରାୟ ଭୂମିରେ ପଡିରହି ଥିଲେ। କୁନିଝିଅ ଗେହ୍ଲି ଜୁଳୁଜୁଳୁ ହୋଇ ଚାହୁଁ ଥିଲା । ଚିର ନିଦ୍ରାରେ ଶୋଇ ଯାଇ ଥିଲେ ସୁପୁତ୍ର । ଘୋଡେଇ ଦେଲେ ତ୍ରିରଙ୍ଗା । ଶହୀଦ୍‌ ଯବାନ ଅମର ରହେ ଧ୍ବନିରେ  ରତନ ପୁର କମ୍ପିଉଠିଲା । ରତନପୁର ଗାଆଁର ନାମ ସ୍ବର୍ଣ୍ଣାକ୍ଷରରେ ଭାରତ ଇତିହାସରେ  ଲେଖିଦେଇ ଗଲା ତାର ଯୋଗ୍ୟ ସୁତ । ଭାରତ ମାତାକୁ  ଦେଇଗଲା ଅଜସ୍ର ଭଲ ପାଇବା। ଶ୍ମଶାନ ରେ ଜଳିଗଲା ମାଟି ଦେହଟା। ଏବେବି ଝୁରୁଛି ଭାରତ ରତନପୁର ଗାଆଁ। ଏବେବି ପ୍ରତିଧ୍ୱନୀତ ହୋଉଛି ଶହୀଦ୍‌ ମନୋଜ  ଅମର ରହେ।
ସାଇଲୋ ଝାରପଡା ଉପ୍ରା ବିଦ୍ଯାଳୟ
 କଣ୍ଟାପଡା କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।