ସତ୍ୟଜିତ ସ୍ଵାଇଁ
ନହେଲେ ନେତାଏ ଦେଇ ଚାଲିଥିବେ,
ତୁମର ଛାତିରେ ଚୋଟ ||
ପଇସା ବାଣ୍ଟିକି ନିର୍ବାଚନ ଜିତି
ଶାସନ କରନ୍ତି ଚୋର
ଆମେ ପରା ନିଜେ ଆଖି ବୁଜି ତାଙ୍କ,
ହାତରେ ଦେଇଛେ ଡୋର ||
ଧନୀକୁ ଦିଅନ୍ତି ଗରିବଠୁ ନେଇ
ଇଏ କି ବିଚିତ୍ର ନୀତି
ଅସହାୟ ଏଠି ସାହାଯ୍ୟ ପାଉନି,
ଅତି ଶୋଚନୀୟ ସ୍ଥିତି ||
ଅନ୍ଧ,କାଲା,ମୂକ ପାଆନ୍ତିନି ଏଠି
ସାହାଯ୍ୟରେ ଭରା ହାତ
ନେତାଏ ଆନନ୍ଦେ ଖାଉଥା'ନ୍ତି ବସି,
ସେମାନଙ୍କ ହକ ଭାତ ||
ଏତିକି ଗୁହାରି କରୁଛି ମୋ ଭାଇ
ଆଜି ଗୀତ ଗାଇଗାଇ
ପଇସା ନେଇକି ରାକ୍ଷସଙ୍କୁ ଭୋଟ,
ଆଉ କେହି ଦିଅନାହିଁ ||
ନେତାଙ୍କ ପାଇଁକି ତୁମେ ଅଟ ପରା,
ଏଠି ଭଗବାନ ତୁଲ୍ୟ ||
ଅଡ଼ଶପୁର, କଟକଜୟ ସାହିତ୍ୟ, ଜୟ ସମାଜ



ଠିକ୍ କଥା
ReplyDelete_ମିତ୍ରଭାନୁ