-----------------------------
ମନର ଦରଜା ଖୋଲା ରଖିଥିଲି
ଫେରନ୍ତା ପଥକୁ ଚାହିଁ
ପ୍ରତୀକ୍ଷାର ଫୁଲ ବାସି ହେଇଗଲା
ତୁମେ ତ ଆସିଲ ନାହିଁ ।
ଲିଭିନି ମୋହର ପାଦର ଅଳତା
ଭୁଲିନି ବାସର ସ୍ମୃତି
ବଳି ଦେଲ ତୁମ ଅମୂଲ୍ୟ ଜୀବନ
ଦେଶ ପାଇଁ ଆଜି ସାଥୀ ।
ଘଡିକ ପାଇଁ ମୁଁ ହୋଇଲି ନିର୍ବାକ
ପ୍ରକୃତିସ୍ଥ କଲା ଶାଶୁ ଶଶୁରଙ୍କ
ଲୁହ ଭିଜା ଦୁଇ ଆଖି ।
ତୁମେ ତ ଶାନ୍ତିରେ ଶୋଇଗଲ ପ୍ରିୟ
ଭାରତ ମାତାର କୋଳେ
ମୋ ହୃଦ ମନ୍ଦିର ଖାଲି ହେଇଗଲା
କେମିତି ବଞ୍ଚିବି ଭାଳେ ।
ଅଶାନ୍ତ ବ୍ୟଥିତ ମନ ପ୍ରାଣ ମୋର
ହେଉଥିଲା ଆନମନା
ଅନାଗତ ଆମ ପ୍ରେମର ସନ୍ତକ
ଦେଲା ମୋତେ ପ୍ରବୋଧନା ।
*****
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ, ଦେଓଗାଁ, ବଲାଙ୍ଗିର


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।