 |
| SAHID TAPAN |
ଜହ୍ଲାଦ ଯବନର ବର୍ବର ଛୁଆଁରେ ଶହୀଦ ହେଇଛନ୍ତି ଆମ ପରମ ପୂଜ୍ୟ ବୀର ଶହୀଦମାନେ। ଯାହା ଆମ ପାଇଁ ଅତି ମାତ୍ରାରେ ଦୁଃଖ ଜର୍ଜରିତ କଥା । କିଛି ଲେଖା ଲେଖକ ମାନଙ୍କର ପଢି ରକ୍ତ ଫୁଟି ଉଠୁଛି । ଯବାନ ପୁଅଟି ଯା'ର ଚାଲିଗଲା ତା'ର ସବୁଗଲା । କିନ୍ତୁ ଯେଉଁ ନିରୀହ ଝିଅଟି ମୋର ବିଧବା ହେଲା ତାକୁ କ'ଣ ଟଙ୍କା ଏବଂ ଆମର ଆହା ଚୁ ଚୁ ବୁଝେଇ ପାରିବ ? ଯେଉଁ ଯବାନମାନେ ଏତେ କଷ୍ଟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ତାଙ୍କର ଅମୂଲ୍ୟ ଯୋଦ୍ଧା ଜୀବନ ତିଆରି କରାଯାଇଥିଲା ତାହା ଯୁଦ୍ଧ କରି ଶହୀଦ ହୋଇଥିଲେ ସେତିକି କଷ୍ଟ ଲାଗିନଥା'ନ୍ତା । କିନ୍ତୁ ଯେଉଁ ଅନିର୍ବାର୍ଯ୍ଯ କାରଣ
ବଶତଃ ସେମାନେ ଶହୀଦ ହେଲେ ସେଥିପାଇଁ ଅତି ମାତ୍ରାରେ ଆମେ ଭାବିବା କଥା । ତାଙ୍କୁ ସୁରକ୍ଷା ଦେବାରେ ଯେଉଁ ଅବହେଳା ହୋଇଛି ତା'ର ପୁନରାବୃତ୍ତି ହେଲେ ଏହିପରି ଆହୁରି ଅନେକ ଅମୁଲ୍ୟ ଜୀବନ ଏହି ବାଟରେ ଚାଲିଯିବନାହିଁ କି ? ପାକିସ୍ଥାନକୁ ଉଚିତ୍ ଜବାବ ସହିତ ଏଭଳି ନରମ ସୁରକ୍ଷା ବଳୟ ସୃଷ୍ଟିକାରୀଙ୍କୁ ଉଚିତ୍ ଦଣ୍ଡ ମିଳିବା କଥା । ତାଙ୍କ ଅମରାତ୍ମାର ସଦଗତି ମୁଁ କାମନା କରୁଛି । ଶହୀଦଙ୍କୁ ସଲାମ ମୋର.....
ଜୟ ଭାରତମାତା..... ଜୟ ହିନ୍ଦ୍ ।
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।