ସରିତା ମହାନ୍ତି
ଫୁଲର ମହକ
ପୁଲ ସ୍ଥାନ ଦେବ ସ୍ଥାନେ ।
ସେହି ପୁଲ ପୁଣି
ମଣିଷ ସହିତ
ଯାଇଥାଏ ଶମଶାନେ ।
ମହୁମାଛି ପୁଣି
ମହୁ ଶୋଷି ନେଇ
ଦାନ କରେ ମଣିଷକୁ ।
ତଥାପି ଫୁଲର
ପ୍ରତିବାଦ ନାହିଁ
ପ୍ରୀତି ଦିଏ ଭଅଁରକୁ ।
ପୁଲରୁ ତିଆରି
ସୁବାସ ଅତର
ଜଗତର ହିତ କରେ ।
ସୁନ୍ଦର ମହକେ
ଆକୃଷ୍ଟ କରାଇ
ସଭିଙ୍କୁ ଆପଣା କରେ ।
ତ୍ୟାଗ ମନୋଭାବ
ସମର୍ପଣ ଭାଵ
ହୃଦ ପୁଣି ତା' କୋମଳ ।
ଫୁଲପରି ସତେ
ହୋଇ କି ପାରନ୍ତି
ଜନ୍ମ ହୁଅନ୍ତା ସଫଳ !
ଫୁଲର ଭୂମିକା
ସବୁଠାରେ ଅଛି
ସବୁଠି ତା'ର ଆଦର ।
ହେଉବା ଦେବତା
ଅବା ସେ ମଣିଷ
ଫୁଲ ତାଙ୍କ ଆପଣାର ।
ଯୌବନ ବେଳରେ
ବିବାହ ଶେଯରେ
ଅତିଥି ସାଜଇ ଫୁଲ ।
ଅତି ଯତନରେ
ସାଇତା ହୁଏ ସେ
ସଭିଏଁ କରନ୍ତି ଗେଲ ।
ରୋଗକୁ ଔଷଧ
ଋଣ ପ୍ରତିଶୋଧ
ଫୁଲ ନିଜେ କରିଥାଏ ।
ଫୁଲଟିଏ ମୁହିଁ
ହୋଇଥା'ନ୍ତି ସତେ
ମନେ ମନେ ଭାବୁ ଥାଏ ।
ବାଲିଆପାଳ,ବାଲେଶ୍ୱର ।


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।