3/06/2019

ମାଆ ବିଶ୍ୱ କଲ୍ଯାଣୀ

ପୂର୍ଣ୍ଣଚନ୍ଦ୍ର ରଣା
ବିଦ୍ଯା ଦାୟିନୀ ମାଆ ବିଶ୍ୱ କଲ୍ଯାଣୀ
ବରଷି ଦେ' ମାଆ ବିଦ୍ଯା, 
ଅମାପ ଆଶିଷ ଢାଳି ଦେ' ତୁ ମାଆ
ସାରା ଜଗତେ ତୁ ବନ୍ଦ୍ଯା l୧

ବିଶ୍ୱ ଦରବାରେ ଶୁଭେ ଜୟକାର                    
ଜୟ ମାତା ସରସ୍ଵତୀ, 
ନିର୍ମଳ ବର୍ଣ୍ଣରେ ବିଜେ ତୁ ଲୋ ମାଆ
ତୁ ପୁଣି ଜଗତ ମତି l୨

ଗଳାରେ ତୋହର ଶୁଭ୍ର ପୁଷ୍ପ ମାଳ
ଶୋଭାରେ ଶୋଭୁଛୁ ମାତା
ତୋ ରୂପର ପୁଣି ନାହିଁ ଯେ ବର୍ଣ୍ଣନା
ବିଶ୍ଵ ଗାଉଛି ତୋ ଗାଥା l୩

ହଂସ ବାହନେ ମା' କରୁଅଛୁ ବିଜେ
ମାଘ ମାସ ଶୁକ୍ଳ ପକ୍ଷେ, 
ପଞ୍ଚମୀ ତିଥିରେ ତୋହରି ବନ୍ଦନା
ଶୁଣିବୁ ସବୁରି ମୁଖେ l୪

ହସେ ଏ ଧରଣୀ ହସେ ଏ ଗଗନ
ହସେ ଯେ ଏଠି ତପନ
ଆହାକି ଆନନ୍ଦ ଧରା ବକ୍ଷେ ଆଜି
ଲାଗେ ଏ ନିଦ୍ରା ସପନ l ୫
ହାଟସିଂହାପୁର, ଯାଜପୁର
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।