କୁମୁଦିନି ବେହେରା,ଶିକ୍ଷୟିତ୍ରୀ
କାହିଁକି କେଜାଣି
ଗୁମୁରି ଗୁମୁରି କାନ୍ଦୁଛି
ଧରଣୀ ରାଣୀର
ବୁକୁଫଟା କୋହ
ତା' ହୃଦ ଥରାଇ ଦେଉଛି ।
ମମତା ଧରିଛି
କୋଳେ ଆଉଜେଇ
ବୀର ଯବlନର ଶରୀର ।
ପଣତ ଆୟତ୍ତ
ହେଉନି ମାତାର
ଦେଖି ପୁତ୍ରଙ୍କର ରୁଧିର ।
ମୁକ୍ତିକlମୀ, ମନେ
ବଦ୍ଧ ପରିକରେ
କରୁଥିଲେ କାଲି ଲଢେଇ ।
ନିର୍ବିକାର କରି
ସାରା ଭାରତକୁ
ଗଲେ ମୋ' ଯବlନ ଦୂରେଇ ।
ଭାରତ ମାତାର
ସୁଯୋଗ୍ୟ ସନ୍ତାନ
ଆଜି ସ୍ଵର୍ଗ ଧାମେ ପ୍ରବେଶ ।
କୋଳ ଶୂନ୍ୟ ମାଆ
ବ୍ୟଥିତ ବେଦନା
ସଭିଙ୍କୁ କରିଛି ଅବଶ ।
ନ ଥିଲେ ସେ ଖାଲି
ଗୋଟିଏ ମାଆର
କୋଟି କୋଟି ମାତା ଗୌରବ ।
ମାତାର ସୁରକ୍ଷା,
ସମ୍ମାନ ନିମିତ୍ତ
ପଣ ଥିଲା ଯୁଦ୍ଧ ବୈଭବ ।
ହେ ସ୍ରୁଷ୍ଟି କରତା,
ସ୍ରୁଷ୍ଟିର ନିୟନ୍ତା,
ପଦେ କରୁଛୁ ପ୍ରଣିପାତ ।
ସେହି ଯବାନଙ୍କୁ
ପୁନର୍ଜନ୍ମ ଦିଅ
ହସି ଉଠୁ ଦେଶ ଜଗତ ।



No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।