3/06/2019

।। ଅଭିନନ୍ଦନଙ୍କୁ ଅଭିନନ୍ଦନ ।।

ପ୍ରଦୀପ ବନ୍ଧ

ଏ ଆଖି ଭିଜିଛି କେତେ ଯେ ଲୁହରେ
ତୁମରି ଆସିବା ବାଟକୁ ଚାହିଁ
ଭାରତ ମାଟିର ପାଦ ଦେଲାପରେ
ଖୁସିରେ କାନ୍ଦିଛି ବୁକୁ ଫଟେଇ।।

ଯେତେବେଳେ ତୁମେ ଆଗେଇ ଆସିଲ 
ଭାରତ ସେନାଙ୍କ ହୃଦେ ମିଳିଲ
ଛାତିକୁ ମିଶେଇ ମୁଣ୍ଡ ଉଚ୍ଚା କରି
ଜୟ ହିନ୍ଦ୍ କହି କୋଳେଇ ନେଲ।।

ସେତେବେଳେ ପ୍ରତି ମୁହୂର୍ତ୍ତ ତୁମର                                        ମୁହଁ ଦେଖିବାକୁ ଇଛା ଥିଲେବି
ସବୁ ଦୁଃଖ ଭୁଲି ଛାତିକୁ ଫୁଲେଇ
ଦେଖୁଥିଲି ଖାଲି ସେ ପ୍ରତିଛବି।।

ଭାଗ୍ୟ ଥିଲେ ମିଳେ ଏମିତି ସନ୍ତାନ
ସାରା ବିଶ୍ୱ ଆଜି ତାଙ୍କୁ ଝୁରୁଛି
ଆଉ କେହି ନୁହଁ ଆମରି ଗୌରବ 
ନୂଆ ଇତିହାସ ଜିଏ ରଚିଛି।।

ଅଭିନନ୍ଦନ ପୂଜ୍ୟ ଜୟ ହୋ
ଅଭିନନ୍ଦନ ପୂଜ୍ୟ ଜିନ୍ଦାବାଦ
ଅଭିନନ୍ଦନ ପୂଜ୍ୟ ଅମର ରହେ
 ଅଭିନନ୍ଦନ ପୂଜ୍ୟ ଭାରତ ମାତାର
ସୁଯୋଗ୍ୟ ସନ୍ତାନ ଅମର ରହେ।।
ଜୟ ହୋ
ଜୟ ହୋ
ଜୟ ହୋ।।

 ଭଦ୍ରକ, ବାସୁଦେବପୁର
ସାନମଛୁଆଘାଇ, ରାଜଘରପୋଖରୀ
ମୋ--୮୦୭୨୭୮୩୨୨୦।।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।