ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ
ପ୍ରକୃତିର ଅଶ୍ରୁ ଝରୁଛି, ଆୟୁଷ ତାହାର ଶେଷ ହୋଇଯାଉଛି
ସମ୍ପ୍ରତି ମାନବ ଦାନବ ସାଜି, ସବୁ ତା’ର ହରି ନେଇଛି
ନିଜେ ସିଏ ନିଜ ପଦ ଦ୍ଵୟକୁ, କୁରାଢ଼ୀ ସର୍ବଦା ମାରୁଛି
ପ୍ରଯୁକ୍ତି ବିଦ୍ୟା ଓ ବିଜ୍ଞାନ ଦ୍ଵାରା, ସବୁ ସେ ହାସଲ କରିଛି
ପ୍ରକୃତିର ଆଜି …………………………..
ଅଜ୍ଞାନ ମାନବ ସବୁ ହେଜି, ଅଜ୍ଞାତ ରହୁଛି
ପ୍ରତି ମୁହୂର୍ତ୍ତେ, କ୍ଷତ ବିକ୍ଷତ ତାହାକୁ କରୁଛି
ସବୁଜ ଘର ପ୍ରଭାବ, ସବୁଜ ତା ତା’ର ହରିଛି
ଗ୍ଲୋବାଲୱାର୍ମିଙ୍ଗ ସହ ତାପମାତ୍ରା ଆଜି ବଢୁଛି
ପ୍ରକୃତି ର ଆଜି ……………………..............
ଗ୍ରହନକ୍ଷେତ୍ରକୁ ପରୀକ୍ଷାକରି, ଚନ୍ଦ୍ରକୁସେ ଜିଣିଛି
ଅତିବାଇଗେଣୀ ରଶ୍ମି, ଓଜନରେ ରନ୍ଧ୍ର ସୃଷ୍ଟି କରୁଛି
ଅମ୍ଳଜାନ ଗ୍ୟାସ ହ୍ରାସ ସହ, ଜଳ ସଙ୍କଟ ବଢୁଛି
କଳକାରଖାନା ବିଷାକ୍ତ ଧୂଆଁରେ,ସବୁ ବିଷମୟ ଲାଗୁଛି
ମାନବ ନିଜ ସୁଖ ସ୍ଵାଚ୍ଛନ୍ଦ୍ୟକୁ ଶ୍ରେୟ ମଣୁଛି
ଅଏସରେ ରହିବାକୁ, ଭବିଷ୍ୟତ ପିଢ଼ି ତଣ୍ଟି ଚିପୁଛି
ମନ ଆନନ୍ଦରେ ପିଜା,ବର୍ଗର ସେ ଖାଲି ଖାଉଛି
ବିଷଗୁଡାକ ଉଦରରେ ଭରି, ନିଜକୁ ବିନଷ୍ଟ କରୁଛି
ପ୍ରକୃତି ର ଆଜି….. …………………………………..
ପ୍ରାକୃତିକ ବାୟୁ କୁ ପାସୋରି, ଏୟାରକଣ୍ଡିସନରେ ସୋଉଛି
ମୁହୂର୍ତ୍ତେ ମୁହୂର୍ତ୍ତେ କମ୍ପ୍ଯୁଟର ଆଉ, ସ୍ମାର୍ଟ ଫୋନ ଚିପୁଛି
ନିଜକୁ ସେ କୃତ୍ରିମ କରି ବାହାପିଆ ଖାଲି ମାରୁଛି
ବିଭିନ୍ନ ସଂକ୍ରାମକ ରୋଗ ତା’କାୟାରେ ବସା ବାନ୍ଧିଛି
ପ୍ରକୃତିର ଆଜି….. ………………………………………..
ସଂପ୍ରତି ପ୍ରତିଦିନ, ଚିକିତ୍ସାଳୟେ ଧାଡି ଲାଗିଛି
ସେ ମେଡିସିନିଗୁଡା, ଚକୋଲେଟ ଭଳି ଖାଉଛି
ଶିଶୁ,ଯୁବକ ସଭିଁଙ୍କୁ,ବୃଦ୍ଧ ଭଳି ରୋଗ ହେଉଛି
ବୃଦ୍ଧ ବାପା ଥାଇ, ପୁତ୍ର ଯେ ମଶାଣି ଯାଉଛି
ପ୍ରକୃତିର ଆଜି……………………………..
ମୁଁ ଏକଥା ପୃଥିବୀର, ମାନବଙ୍କୁ ଗୁହାରି କରୁଛି
ବୃକ୍ଷରୋପଣ କର ସେ, ଅମ୍ଳଜାନ ସୃଷ୍ଟି କରୁଛି
ସି.ଏନ.ଜି ବେବ୍ୟହାର କରି, ଯାନ ଚଲାଟି
ପ୍ରକୃତିର ନିୟମ ଉଲ୍ଲଙ୍ଘନ ନକର, ଏତିକି ମିନତି କରୁଛି
ପ୍ରକୃତି ର ଆଜି….. ……………………………..
ପିନ୍ -754008
ଜୟ ସାହିତ୍ୟ, ଜୟ ସମାଜ


ଧନ୍ୟବାଦ ଉଦୟଭାନୁ ପରିବାର... ମୋ କବିତା ଟି ପ୍ରକାଶ କରିଥିବାରୁ
ReplyDelete