ଭାରତୀ ରଥ
କରୁଣ ସ୍ୱରରେ ଖୋଜୁଛି ତୋ ମା'
ଗଡ଼ାଉଛି ଲୁହ ଦିନ ରାତି.
ସୀମାରେ ପହରା ଦେବା ପାଇଁ ସିଏ
ପଠାଇ ଥିଲା ଯେ ତୋତେ
ଉଠିଯା' ଧନରେ ନିଦ ଭାଙ୍ଗି ଏବେ
ଅପନିନ୍ଦା ହେବ ମୋତେ.
ଶୋଇବାର ବେଳ ନୁହେଁ ଏ ବାପ ରେ
ଆତଙ୍କବାଦ ଯେ ଉଠେ ମାତି
କେମିତି ସହିବେ ଦେଶବାସୀ ତୋର
ଘୋଟି ଆସେ ଆଜି ଅମାରାତି.
ଲଢ଼ିବା ପାଇଁ ତୁ ଜନମିଛୁ ପରା
ପଛଘୁଞ୍ଚା ନାହିଁ ତୋ ଜାତକେ
ଇଟାର ଜବାବ ପଥରେ ଦେବାକୁ
ଆଜି ଏ ଭାରତ ମା' ଡାକେ
ଛାତିକୁ ଫୁଲାଇ ଏବେ ବି ବୁଲନ୍ତି
ଦେଶଦ୍ରୋହୀ ବିଭୀଷଣ
ଏ ଘୋର ବିପଦେ ଶୋଇକି ପାରିବୁ
ସାଜି ତୁ କାଠ ପାଷାଣ ?
ବୀର ପୁଙ୍ଗବ ତୁ ଲଢ଼ିବା ତୋ ଧର୍ମ
ଗୁଳି ତୁ ସହିବୁ ଛାତି ପାତି
ରୋକି ପାରିବନି ତୋତେ ପରା କେବେ
ଏ ଦେଶର ହୀନ ରାଜନୀତି.
ବାଟ ଭୁଲି ଚାଲି ଆସିଛୁ ଭାବି ମୁଁ
ମୋ କୋଳରେ ସିନା ଦେଲି ଆଶ୍ରୟ
ଅମୃତ ସନ୍ତାନ ଚିର ଅମର ତୁ
ଏ ନୁହେଁ ତୋହର ଚିର ବିଦାୟ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।