ମୁଁ ମୃତ୍ୟୁ କହୁଛି
ପୁଲୱାମାରୁ....
ମୃତ୍ୟୁ ତୁ ଏମିତି ବି ଆସିପାରୁ
ଶହୀଦ ମାନଙ୍କ ସରଣୀରେ
ଲାଲ୍ ରଙ୍ଗର ଗାର ଟାଣି
ଭୟରେ ନୁହେଁ ନିର୍ଭୟରେ କୁହେ
ମୋ ନାଁ ଲେଖିଦେ'
ସେହି ଅମର ସ୍ତୁପ ଦେହରେ......
ହଜାର ହଜାର ରଜନୀଗନ୍ଧା
ଝଡ଼ିପଡ଼ୁ ମୋ ଲାଲ୍ ରକ୍ତ ଲଗା
ଭାରତମାତାର ବୁକୁରେ
ତୋପ ସଲାମୀରେ
ଜଳି ଯାଉ ଏ ଦେହ
ମିଶି ଯାଉ ସେ ଧୂସର ମାଟିରେ....
କିଏ ଜାଣେ......??
ଗୋଳା ବାରୁଦର ଜବାବ୍ରେ
କେବେ ଅମର ଶହୀଦ ହୁଏତ
କେବେ ଭୂଇଁରେ
ଲୁଟେଇ ଦିଏ ଦୁଷ୍ମନ୍ଙ୍କ
ସହସ୍ରାଧିକ ଜୀବନ.....
ସେଦିନ ଜଣା ନଥିଲା
ମୃତ୍ୟୁ ମୋ ସମ୍ମୁଖରେ ଥିଲା କି
ମୁଁ ମୃତ୍ୟୁର ଅତି ନିକଟତର
ହେବାକୁ ଯାଉଥିଲି
ରଣଭୂମିରେ ନିଜକୁ
ସଜାଗ କରିବା ଆଗରୁ
କ୍ଷଣିକରେ ସବୁ କିଛି
ଜାଣିନି ଆଉ ଫେରିବିକି ନାହିଁ
ଆଜି କିନ୍ତୁ ହୃଦୟର ସ୍ପନ୍ଦନରେ
ଅନୁଭବ କରୁଛି
ପ୍ରାଣ ପକ୍ଷୀ ପବନରେ
ଉଡ଼ି ଯାଏ କେମିତି........
ବାହୁନି ଉଠୁଥିଲା କପୋତ
ଛାଟିପିଟି ହେଉଥିଲା
ଲହୁ ଲୁହାଣରେ ଜୁଡୁବୁଡ଼ୁ......
ଥରି ଯାଉଥାଏ ଦେହ ଛାତି
ଆଖି ଆଗରେ ଖାଲି ନାଚୁଥାଏ
ସେ କ୍ଷଣିକର
ଝାପ୍ସା ବିଜୁଳି ଆଲୋକ
ଆଉ ପରେ ପରେ
ଘୋଟିଗଲା ଘନ
ଛାୟା ଅନ୍ଧକାର.....
ଯାଜପୁର ଟାଉନ୍ (ଯାଜପୁର)
|



No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।