3/07/2019

ଶ୍ରଦ୍ଧାଞ୍ଜଳି

ଦୀଲ୍ଲୀପ କୁମାର ରଣଜିତ୍
ଭାରତୀ ମାଆର ସୁରକ୍ଷାର ବୀର                                                                 ରକ୍ତେ ଖେଳିଗଲ ହୋଲି  
ମାଆ ମମତାର ପଣତ କାନିରେ
କର୍ତ୍ତବ୍ୟ କୁଙ୍କୁମ ବୋଳି
ତୋ ତ୍ୟାଗ ଛୁଆଁରେ ମାଟି ମା' ହିଆରେ
ବିଷାଦ ଯାଇଛି ଖେଳି
ଶହୀଦ୍ ତୁମଙ୍କୁ ଶତତ ନମନ
ଅନ୍ତରରୁ ଶ୍ରଦ୍ଧାଞ୍ଜଳି

ନିଜର ରକ୍ତରେ ମାଟି ମା' ମଥାରେ
ଆଙ୍କିଛ ବିଜୟ ଟିକା 
ତୁମ ସାହସର ପରୀକ୍ଷା ପୃଷ୍ଠାରେ
ନାହିଁ ହେଲେ ଟିକେ ଶଙ୍କା
ନିଜତ୍ଵର ସେହି ସେନେହ ବେଳାକୁ
ଦେଶ ଆଜି ହୁଏ ଭାଳି
ଶହୀଦ୍ ତୁମଙ୍କୁ ଶତତ ନମନ
ଅନ୍ତରରୁ ଶ୍ରଦ୍ଧାଞ୍ଜଳି           

ବୀର ମାଗେ ନାହିଁ ମୁକତିର ବର
ମାଗିଥାଏ ବୀରଗତି
ବୀର ଭଳି ଜୀଏଁ ବୀର ଭଳି ମରେ
ବୀରତ୍ଵ ତା' ପୂଜା ଭକ୍ତି
ତବ ଭକ୍ତି ପାଶେ ବଳିଦାନ ଝାସେ
କାଳ ଦିଏ କୀର୍ତ୍ତି ଢାଳି
ଶହୀଦ୍ ତୁମଙ୍କୁ ଶତତ ନମନ
ଅନ୍ତରରୁ ଶ୍ରଦ୍ଧାଞ୍ଜଳି      

ଶରୀରଟି କ୍ଷୟ ଆତ୍ମାଟି ଅକ୍ଷୟ
ଏହା ଧର୍ମ ଶାସ୍ତ୍ର ବାଣୀ
ନୂଆ ରୂପ ନେଇ ମାଟି ମାଆ ପାଇଁ
ଫେରିଆସ ବୀର ପୁଣି
ମାଟି ମା' କୋଳକୁ ଫେରି ଆସିବାକୁ
ଚରଣରେ କରେ ଅଳି
ଶହୀଦ୍ ତୁମଙ୍କୁ ଶତତ ନମନ
ଅନ୍ତରରୁ ଶ୍ରଦ୍ଧାଞ୍ଜଳି


ସା-ବିଶିଆପଡା,ପୋ-ତିରିମଲ
ଭାୟା/ଥାନା-ଜଟଣୀ-ଖୋର୍ଦ୍ଧା
୭୫୨୦୫୦ଓଡ଼ିଶା
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।