3/06/2019

ଶ୍ରଦ୍ଧାଞ୍ଜଳି

ରମେଶ ଚନ୍ଦ୍ର ବହିରା

ଦେଖି ସେହି ଦୃଶ୍ୟ, ହୃଦ ବିଦାରିତ                                                                 ନୟନୁ ଝରେ ଲୋତକ
ବର୍ଣ୍ଣି ହୁଏ ନାହିଁ, ଶବ୍ଦ ପାଏ ନାହିଁ
ଫୁଟେ ମୋ ଦେହର ରକ୍ତ  ।

ଘୃଣା କରେ ସେହି ଆତଙ୍କବାଦୀଙ୍କୁ
ବର୍ବରତାପଣ ପାଇଁ
ଜାଗ ଦେଶବାସୀ ଜବାବ ଦେବାକୁ
ରକତ ଦେବା ବୁହାଇ  ।

କେତେଦିନ ଏହି ଅମଣିଷପଣ                                              ପ୍ରକାଶିବେ ବେଇମାନ
ଷଡଯନ୍ତ୍ର କରି ନେଉଥିବ ପ୍ରାଣ
ଭାତ୍ରୁଦ୍ରୋହୀ ପାକିସ୍ଥାନ   ।

ସହିବାର ସୀମା ଟପି ସାରିଲାଣି
ଆଉ କରନାହିଁ ଡେରି
ଏବେଠୁ ସଜାଗ ହୁଅ ଦେଶବାସୀ
ଅହଂକାର ଦେବା ଜାଳି  ।

ନିର୍ଦ୍ଦୋଷ ସୈନିକ ଜୀବନ ସଳିତା
ଅଦିନରେ ଲିଭି ଗଲା
କୋଣେ ଅନୁକୋଣେ ଶୋକର ଛାୟା
କ୍ଷଣିକରେ ଘୋଟିଗଲା  ।

ଯେଉଁ ପ୍ରାଣବଳି  ଦେଇଛି ସୈନିକ
ହମଲା ଶୀକାର ହୋଇ
ଭୁଲିବନି ଦେଶ, ନେବ ପ୍ରତିଶୋଧ
ତୁମ ଆତ୍ମା ମୁକ୍ତି ପାଇଁ  ।
( ଆତଙ୍କବାଦୀଙ୍କ ହମଲାରେ ପ୍ରାଣବଳୀ ଦେଇଥିବା ଅମର ଶହୀଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି)

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।