3/06/2019

ଧିକ ଧିକ ହୀନ ପାକିସ୍ତାନ

ଗୀତା ଦାସ
ସ୍ବାଧୀନ ଦେଶର ସନ୍ତାନ ଆମେରେ                                                                     ଭାରତ ଆମର ଜନମ ଭୂଇଁ ,
ତା' କୋଳରେ ଧନ୍ୟ ଆମେ ତା' ସନ୍ତାନ 
ଗରବେ ଯାଉ ତା' ଚରଣ ଛୁଇଁ ।
ଆସିଥିଲେ ଦିନେ ବିଦେଶୀ ବଣିକେ
ଦେଖି ଏ ଦେଶର ଧନ ଦୌଲତ ,
କୁଟିଳ ଚକ୍ରାନ୍ତ ଚଳାଇଲେ ସିଏ 
ଆମକୁ କରିଲେ ତାଙ୍କ ଆୟତ୍ତ ।
ତେଜି ଭାରତୀୟ ଗର୍ବ କଲୁ କ୍ଷୟ
ମାତିଥିଲୁ ନେତା ଜନତା ଯାଏଁ 
ବୀର ଦର୍ପ ତାନେ ଗର୍ଜି ଦମ୍ଭ ମନେ,
ସାଜିଲେ ସଦର୍ପେ ବୀର ପରାଏ ।
ଶ୍ବାନ ସମ ଲାଞ୍ଜ ଜାକି ପଳାଇଲେ
ଆମଠୁ ପାଇ କେତେ ଅପମାନ,
ଆଜି କି ଜାଣିନି ସେ ହୀନ ଶୃଗାଳ 
ଧିକ ଧିକ ଭୀରୁ ସେ ପାକିସ୍ତାନ ।
ଧିକ ତା' କୁବୁଦ୍ଧି ଧିକ ଛୋଟପଣ
ଚୋର ପରି କଲା ସେ ହୀନକର୍ମ,
ଅନ୍ଯାୟ ଅନୀତି ଅକର୍ମ କରିଲା
ହାରିଲା ବିଶ୍ବରେ ମାନବ ଧର୍ମ । 
କନ୍ଦାଇ ଦେଇଛି ଭାରତ ମାଆକୁ 
କନ୍ଦାଇଲା ଆମ ଆମ ଦେଶବାସୀଙ୍କୁ,
କାପୁରୁଷ ପଣେ ହୀନ କର୍ମ କଲା
ଆମ ଶତ୍ରୁ ହେଲା କାଳକାଳକୁ ।
ବିନମ୍ର ପ୍ରଣତି ବିଭୁ ପାଦପଦ୍ମେ
ସଦ୍‌ଗତି ଦିଅନ୍ତୁ ଆମ ଯୋଦ୍ଧାଙ୍କୁ ,
ଜୟ ଜୟ ଧନ୍ୟ  ଜୟ ସେ ଯବାନ 
ସ୍ମୃତି ଶ୍ରଦ୍ଧାଞ୍ଜଳି ଢ଼ାଳୁ ତାହାଙ୍କୁ । 
ଶତ୍ରୁକୁ ଜବାବ ଶତ୍ରୁତାରେ ଦେବୁ
ପ୍ରତିଶୋଧେ ଜାଗି ଭୀଷ୍ମ ଶପଥେ,
 ସିଂହ ଛୁଆ ଆମେ ଆଗେଇ ଯିବାରେ
ଜାଳିଦେବା ଅଗ୍ନି ତାହାରି ପଥେ ।
ମରିବା ପଛକେ ହାରିବା ପଣିଆ
ନାହିଁ ଭାରତର ବୀର ଜାତକେ,
ଧ୍ବଂସ କରିଦେବା ଅରାତି ନାଶିବା
କୀରତି ରଖି ଯିବା ଯୁଗେ ଯୁଗେ  ।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।