3/06/2019

ଭଣ୍ଡ ରାଜନୀତି

ସଂଗୀତା ଗ୍ରହାଚାର୍ଯ୍ୟ
ଜୟ ଜୟ କହି  ଜୟଗାନ କଲେ
       ବଦଳେନି ଦେଶ ସ୍ଥିତି
ଦେଶର ଉନ୍ନତି ଆଣିବାକୁ ହେଲେ
        ଛାଡ ଭଣ୍ଡ ରାଜନୀତି
ରାଜନୀତି ନୁହେଁ ଭାଷଣେ ଭାଷିବା
       ମିଥ୍ୟା ପ୍ରତିଶ୍ରୁତି ଦେଇ
ଜନତାଙ୍କ ସେବା ପହିଲି କର୍ତ୍ତବ୍ୟ 
        ଭୁଲି ଯା'ନ୍ତି ପଦ ପାଇ
ଆମେ ହିଁ ଶାସକ ଆମେ ହିଁ ଶୋଷକ 
       ଜନତା କାନ୍ଧେ ଯୁଆଳି
ଅନାହାରେ ଦୁଃଖୀ ମରିଯାଉ ପଛେ
        ଆମ ପାଣ୍ଠି ଯାଉ ଭରି     
କଳା କାରନାମା ଧଳା ହୋଇଯାଏ
        ଉଚ୍ଚ ପଦବୀରେ ରହି
ଉନ୍ନତି  ପଥରେ  ବାଧକ  ସାଜନ୍ତି
     ଦୋଷାଦୋଷ ଫାଙ୍କି ଦେଇ
ସ୍ୱାଧୀନ ସାରଥି  ସାଜିଥିଲେ ଯିଏ
       ସିଏ ତ ନାହାନ୍ତି ଏବେ
ତାଙ୍କ ନାମ  ନେଇ ହରିବୋଲ ଦେଇ
       କହନ୍ତି ଟାଣୁଆ ଆମେ
ଆତ୍ମବଳି ଦେଇ ମୁକ୍ତ କରିଥିଲେ
      ଫିରଙ୍ଗି ହାତରୁ ଦେଶ 
ବିକଳାଙ୍ଗ ଆଜି ଶାସନ ବ୍ୟବସ୍ଥା
       କରିବ କେଉଁ ବିକାଶ
ସଭିଏଁ କୁହନ୍ତି ବଦଳାଇ ଦେବୁ      
        ଦେଶର ଏ ପଟ୍ଟଚିତ୍ର
ଶାସନ ଗାଦିରେ ବସିଗଲା ପରେ
     ସଭିଙ୍କର ଗୋଟେ ଗୋତ୍ର 

      ତହସିଲ ରୋଡ
          ଭଦ୍ରକ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।