ସ୍ନିଗ୍ଧା ସାମନ୍ତରାୟ
ଆ' ବଉଳ ଝୁଲି ଝୁଲି ଦୋଳି ଖେଳିବା
ଆସିଛି ରଜ ହୋଇବା ସଜ
ମନ ହଜାଇବା ।
ଝୁଲିବା ଆମେ ଗାଁ ଦାଣ୍ଡେ
କରି ମଉଜ
ଝୁମି ଝୁମି ଜଣାଇବା
ଆସିଛି ଆଜି ରଜ ।
ଆ' ବଉଳ ଝୁଲି ଝୁଲି,,,,,,,,,,,,
ଆ' ବଉଳ ସଜାଇ ଦେବି ଚନ୍ଦନ ଟୋପା
ପାଦରେ ତୋ' ଲଗାଇ ଦେବି ନାଲି ଅଳତା ।
ଖାଇବା ଆମେ ଆମ୍ବ, ପଣସ, ଭାରି ସୁଆଦିଆ
ହାତ ତିଆରି ବୋଉର ପୋଡ଼ ପିଠା ।
ଆ' ବଉଳ ବୁଲି ଯିବା ଦାଣ୍ଡ ଅଗଣା
ତାସ, ଲୁଡ଼ୁ ଖେଳେ ହଜାଇବା ମନ ।
ଆ' ବଉଳ ଝୁଲି ଝୁଲି,,,,,,,,,,
ଆ' ବଉଳ ଝୁଲି ଝୁଲି ଗୀତ ଗାଇବା
ମିଠା ପାନ ଖାଇ ପାଟି ନାଲି କରିବା ।
ଏଇ ଦିନ ଆଉ ଆସିବନି ବଉଳ
ଆର ବରଷକୁ ତୁ ଥିବୁ ଶାଶୁ ଘର
ରାଇ ଆମ୍ବୁଲ, ଛୁଞ୍ଚି ପତର କେତେ ପିଠା ପଣା
ମୋ ଓଡିଶା ପରବଲୋ ଭୁଲିବୁନି ଜମା ।
ବାହାଘର ପରେ ଏ ଖେଳ ସରିବ
ରଜ କଥା ଆମର ଲୋ ସ୍ମୃତି ହୋଇବ ।
ପର୍ବ ପର୍ବାଣୀ ଆତଜାତ ସମୟ ସୁଅରେ
ସଂସାର ତୁଠରେ ଆଜି ମନେ ପକାଏ ।
ଛାଇଆଲୁଅ ଭିତରେ ରହିଥାଏ ମୁହିଁ
ରଜ ଆସି ଲୁଚି ଲୁଚି ଚାଲି ଯାଏ ପୁଣି ।
ଆ' ବଉଳ ଝୁଲି ଝୁଲି ଦୋଳି,,,,,,,,,,,,,,,
ବାଲେଶ୍ବର
💧💦💧💦💧
ଜୟ ସାହିତ୍ୟ, ଜୟ ସମାଜ
ଆ' ବଉଳ ଝୁଲି ଝୁଲି ଦୋଳି ଖେଳିବାଆସିଛି ରଜ ହୋଇବା ସଜ
ମନ ହଜାଇବା ।
ଝୁଲିବା ଆମେ ଗାଁ ଦାଣ୍ଡେ
କରି ମଉଜ
ଝୁମି ଝୁମି ଜଣାଇବା
ଆସିଛି ଆଜି ରଜ ।
ଆ' ବଉଳ ଝୁଲି ଝୁଲି,,,,,,,,,,,,
ଆ' ବଉଳ ସଜାଇ ଦେବି ଚନ୍ଦନ ଟୋପା
ପାଦରେ ତୋ' ଲଗାଇ ଦେବି ନାଲି ଅଳତା ।
ଖାଇବା ଆମେ ଆମ୍ବ, ପଣସ, ଭାରି ସୁଆଦିଆ
ହାତ ତିଆରି ବୋଉର ପୋଡ଼ ପିଠା ।
ଆ' ବଉଳ ବୁଲି ଯିବା ଦାଣ୍ଡ ଅଗଣା
ତାସ, ଲୁଡ଼ୁ ଖେଳେ ହଜାଇବା ମନ ।
ଆ' ବଉଳ ଝୁଲି ଝୁଲି,,,,,,,,,,
ଆ' ବଉଳ ଝୁଲି ଝୁଲି ଗୀତ ଗାଇବା
ମିଠା ପାନ ଖାଇ ପାଟି ନାଲି କରିବା ।
ଏଇ ଦିନ ଆଉ ଆସିବନି ବଉଳ
ଆର ବରଷକୁ ତୁ ଥିବୁ ଶାଶୁ ଘର
ରାଇ ଆମ୍ବୁଲ, ଛୁଞ୍ଚି ପତର କେତେ ପିଠା ପଣା
ମୋ ଓଡିଶା ପରବଲୋ ଭୁଲିବୁନି ଜମା ।
ବାହାଘର ପରେ ଏ ଖେଳ ସରିବ
ରଜ କଥା ଆମର ଲୋ ସ୍ମୃତି ହୋଇବ ।
ପର୍ବ ପର୍ବାଣୀ ଆତଜାତ ସମୟ ସୁଅରେ
ସଂସାର ତୁଠରେ ଆଜି ମନେ ପକାଏ ।
ଛାଇଆଲୁଅ ଭିତରେ ରହିଥାଏ ମୁହିଁ
ରଜ ଆସି ଲୁଚି ଲୁଚି ଚାଲି ଯାଏ ପୁଣି ।
ଆ' ବଉଳ ଝୁଲି ଝୁଲି ଦୋଳି,,,,,,,,,,,,,,,
ବାଲେଶ୍ବର
💧💦💧💦💧
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।