ସସ୍ମିତା ମହାପାତ୍ର
ମୋ ନାଁରେ ତୋ' କଲମରୁ କେତେ ସ୍ୟାହି ସରଅଛି ।ତୋ ନାଁରେ ମୋ ଆଖି କୋଣରୁ ସେତିକି ଲୁହ ଝରିଛି ।।
ତୁ ବସି ବସି ଲେଖିଚୁ କବିତା ଉତାରିଛୁ ତୋ ଆବେଗ ।
ମୋ ଛାତି ଚିରି ଧମ୍ ଧମ୍ ଗତି ଉତକ୍ଷେପିଛି କେତେ ବାଗ ।।
ତୁ ରହିଅଛୁ ଲଞା ତାରାର ହଜିଲା ଦିଗେ ଅନାଇ ।
ମୁଁ ସାଉଁଟିଛି ସାଗର ମେଖଳା ତୋ ପାଦର ଧୂଳି ପାଇଁ ।।
ତୁ ଜାଳିଅଛୁ ଶ୍ରାବଣ ଋତୁରେ ମୋ ଅଙ୍ଗ ସୌଷ୍ଠବ ଯେତେ ।
ମୁଁ ଖୋଜିଅଛି ତୋ ହାତ ଅବିର ଫଗୁଣ ଋତୁରେ ସେତେ ।।
ତୁ କରିଅଛୁ ତୁଛାଟାରେ ମତେ ପାଗଳ ମୀରାର ସ୍ବର ।
ମୁଁ ପିଇଅଛି ନିରବ ସ୍ବରରେ ମନ ତଳର ଜହର ।।
ତୁ ଦେଇ ଗଲୁ ଯେଉଁ ଦାଗ ମୋର ମନ ପରଦାରେ ବୋଳି ।
ମୁଁ ଧୋଉଅଛି ଜୁଇର ଜାଳରେ ଲଭି ଯିବ ସତେ ଜଳି ।।
ତୁ ଆସୁଥିବୁ ମୁଁ ଆସୁଥିବି କାଳରୁ କାଳକୁ ଧାଇଁ ।
ମୁଁ ଚାହିଁଥିବି ତୋ ଫେରା ପଥକୁ ତୁ ଥିବୁ ମୋ ବାଟ ଚାହିଁ ।।
ଓଲ୍ଡ୍ ଟାଉନ୍
ଭୁବନେଶ୍ବର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।