ଚତୁର୍ଭୁଜ ସାହୁ
ବିଶ୍ବ ତମାଖୁ ଦିବସ ପାଳେମାଙ୍କଡ଼ ଥୋମଣିଆ,
ହାସ୍ୟାସ୍ପଦ ହେଲେ ବି ଗୋ
ଫୁଲି ଉଠଇ ହିଆ ।
ପାନ ପୁଡିଆ ସଫଲ
ନିତି କରେ ଭକ୍ଷଣ,
ଦନ୍ତପଂକ୍ତି ଦୃଶ୍ୟମାନ
କି କଦର୍ଯ୍ୟ ଶୋଭନ !
ବିଶ୍ବ ତମାଖୁ ବର୍ଜନ
କରିବାର ପାଇଁ କି,
ଭିଡିଛି ସେ ଆଣ୍ଟ ଦେଖ
ଭାଙ୍ଗ ପୁଡିଆ ଖାଇକି ।
କର୍କଟ ମୁଖ ସମ୍ଭବା
ଯାହାର ଦାନ୍ତ-ପାଟି,
ପ୍ରଚାର ପାଇଁ କି ଆଜି
ଛାଡୁଅଛି ସେ ରଡି ।
ଧନ୍ୟ ହେଲା ଏହା ଶୁଣି
ମୋର ଏ ଦୁଇ କର୍ଣ୍ଣ ,
ଶାଗୁଣା ଯେ ଚିକିତ୍ସକ
ଶବ ଲଭଇ ପ୍ରାଣ ।
ସଫଳ ଖିଆ ମୋ' ଭାଇର
ଜୀବନ ତ ବିଫଳ,
ବିଶ୍ବ ତମାଖୁ ଦିବସରେ
କହେ ନିଶାକୁ ଟାଳ ।
ତଥାପି ସାବାସି ଦେଉଛି
ଆରେ ପୁଡିଆ ବାବୁ,
ମିଛଟାରେ ରଡି ଛାଡନା
କେଇ ଦିନ ବଞ୍ଚିବୁ ?
ସଫଳ କରାଅ ସଭିଏଁ
ଆଜ ମହତ ବାଣୀ,
ବିଶ୍ବ ତମାଖୁ ବର୍ଜିବା ଯେ
ସାରା ବରଷ ପୁଣି ।
ଓଷ୍କାପାଲି, ଅନୁଗୁଳ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।