ବୀରେନ୍ କୁମାର ବେହେରା
ପାଠପଢି ସାର୍ଟିଫିକେଟ୍ ପାଇଲେ,
କି ଲାଭ ଅଛି ହେ କୁହ ?
ଅନ୍ୟାୟକୁ ଯଦି ନ କଲ ବିରୋଧ,
ଧିକ ସେ ମଣିଷ ମୁହଁ ।।
ଭାବିଛ କି ତୁମେ ଶିକ୍ଷିତ ହୋଇକି,
ଦୁନିଆକୁ ଦେବ ଶିକ୍ଷା ।
ପର ଇଶାରାରେ ଭୂଲ୍ ଆଦରୁଛ,
ଇଏ ବା ତୁମର ଦୀକ୍ଷା ।।
ପାଠପଢି ସାର୍ଟିଫିକେଟ୍ ପାଇଲେ,
କି ଲାଭ ଅଛି ହେ କୁହ ?
ଅନ୍ୟାୟକୁ ଯଦି ନ କଲ ବିରୋଧ,
ଧିକ ସେ ମଣିଷ ମୁହଁ ।।
ଭାବିଛ କି ତୁମେ ଶିକ୍ଷିତ ହୋଇକି,
ଦୁନିଆକୁ ଦେବ ଶିକ୍ଷା ।
ପର ଇଶାରାରେ ଭୂଲ୍ ଆଦରୁଛ,
ଇଏ ବା ତୁମର ଦୀକ୍ଷା ।।
ସ୍ୱାଧୀନ ହୋଇ ବି ନିଜ ଇଛା ବିକ,ତେଣୁ ତୁମେ ପରାଧୀନ ।
କେତେ ଆଉ ତୁମେ ଅନ୍ୟ ଇଶାରାରେ,
କାଟୁଥିବ ରାତିଦିନ ?
ନିଜ ଇଛାକୁ ପାରୁଛ ଦଣ୍ଡି ।
ନିଜର ପେଟକୁ ଥରୁଟେ ପଚାର,
ସେ କି ତୁମ ଭାତହାଣ୍ଡି ?
ସେ ଯଦି ନ ପୋଷେ ତୁମ ପରିବାର,
କାହିଁକି ମାନୁଛ ତାକୁ ?
ନ୍ୟାୟ ସପକ୍ଷରେ ଯୁକ୍ତି କରି ତୁମେ,
ଥରାଇ ଦିଅ ତା' ବୁକୁ ।
ଶିକ୍ଷିତ ହୋଇକି ଅନ୍ୟାୟ ବିରୁଦ୍ଧେ,
ନ ଉଠାଅ ଯେବେ ସ୍ୱର ।
ତୁମଠୁ ଦୁନିଆ କ'ଣ ବା ଶିଖିବ,
ନିନ୍ଦୁକଙ୍କୁ କାହିଁ ଡର ?
କଙ୍ଗାରୁ କୋର୍ଟରେ ନିରବ ରହିକି,
ନିଜକୁ ପଚାର ତୁମେ ।
"ଅନ୍ୟାୟକୁ କରି ଗୁପ୍ତ ସମର୍ଥନ,
ସତେକି ଶିକ୍ଷିତ ଆମେ ?"
ପୋଷାଇ, ମହାକାଳପଡ଼ା (କେନ୍ଦ୍ରାପଡା)
ଫୋନ୍ ନମ୍ବର - ୭୦୦୮୭୯୩୬୬୩
email- beherabirenkumar65@gmail.com
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।