ବସନ୍ତ କୁମାର ପଣ୍ଡା
ବୁଲିବାକୁ ଯାଇଥିଲି
ପରିବା ହାଟରେ କଣ୍ଟା ନିକିତିରେ
ପନି ଆଣିଲେ ତଉଲି l୧l
ତଉଲା ତଉଲି ନୂଆ ମୁଁ ଦେଖିଲି
ଜାଣିବାକୁ ଇଛାକଲି
ମନକୁ ବିଚାରି ବାପାଙ୍କୁ ପଚାରି
ଜାଣିବି ମନସ୍ଥ କଲି l୨l
ତରଳ କଠିନ ପଦାର୍ଥ ଓଜନ
ଯନ୍ତ୍ର କଥା ପଢ଼ିଥିଲି
ଅନ୍ୟାନ୍ୟ ପଦାର୍ଥ ମାପିବା ସମର୍ଥ
ଯନ୍ତ୍ର ବିଷୟେ ପୁଛିଲି l୩l
'ସିଜ୍ମୋମିଟର୍' ତୀବ୍ରାଲୋକର
'ଥର୍ମୋମିଟର୍' ତାପ
'ମ୍ୟାନୋମିଟର୍' ଗ୍ୟାସୀୟ ଘନତ୍ଵ
'କମ୍ପାସ୍' ଦିଗର ମାପ l୪l
'ଅଲ୍ଟିମିଟର୍' ଉଚ୍ଚତା ସୂଚାଏ
'ଏମିଟର୍' ବିଦ୍ଯୁତ୍ ଧାର
'ଫୈଦୋମିଟର୍' ବ୍ୟବହାରେ ମପା
ଯାଏ ଗଭୀର ସାଗର l୫l
'ଆନିମୋମିଟର୍' ବାୟୁବେଗ ଆଉ
'ବ୍ୟାରୋମିଟର୍' ବାୟୁଚାପ
'ଜାଇରୋସ୍କୋପ୍'ଯେ ବସ୍ତୁ ଗତି ପାଇଁ
'ରେନ୍-ଗେଜ୍' ବର୍ଷାମାପ l୬l
'ବାଇନାକ୍ୟୁଲାର୍' 'ଟେଲିସ୍କୋପ୍' ଧରି
'କ୍ୟାପିଲର୍ସ' ଏକ ମାପକ ଯନ୍ତ୍ର ଯେ
ଦୂରବସ୍ତୁ ସ୍ଥିତି ଜାଣିବା l୬l
'ରାଡାର୍' ଯନ୍ତରେ ବାୟୁ ଯାନ ସ୍ଥିତି
'ଫଟୋମିଟର୍' ଉଜ୍ଜଳତା
'ରେଡିଓମିଟର୍' ବିକିରିତ ଉର୍ଜା
ପ୍ରଶ୍ନ ମାପେ ବିଦ୍ଵାନତା l୭l
'କ୍ୟାଲୋରୀମିଟର୍' ଉଷ୍ମ ମାପନେ
'କମ୍ୟୁଟେଟର୍' ବିଦ୍ୟୁତ୍ ଦିଗ
'ଏକ୍ଟିୟେମିଟର୍' ରଶ୍ମି ମାପନେ
'କାର୍ଡିୟୋ' ହୃଦୟବେଗ l୮l
ମାପିବାକୁ ଯନ୍ତ୍ର ବିଜ୍ଞାନର ମନ୍ତ୍ର
ଅଛି ଅନେକ ଆହୁରି
ବାପାଙ୍କୁ ଅଜଣା କହିଦେଲେ ଜଣା
ଶିକ୍ଷକୁଁ ଜାଣିବି ପଚାରି l୯l
-0-
ବଇଞ୍ଚା,ଇରମ,ଭଦ୍ରକ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।