7/05/2019

ଫେରେଇ ଆଣ

କାଦମ୍ବିନୀ ଖୁଣ୍ଟିଆ 

ହେ କଳା ଠାକୁର   ପ୍ରଭୁ  ଜଗନ୍ନାଥ
     ପ୍ରାର୍ଥନା ଶୁଣ ଆମର,
ଫେରେଇ ଆଣ ହେ  ବାୟୁସେନାଙ୍କୁ ହେ
      ପୁତ୍ର ଭାରତ ମାଆର...

ଚେନାଏ ଖୁସିକୁ   ମାଖି ଦେଇ ତୁମେ
     କାହିଁକି ଦେଉଛ ଦୁଃଖ,
ଖୁସି ସବୁ ଆଜି   ଫିକା ପଡିଗଲା
      ହସୁଛି  ଆତଙ୍କବାଦ...

ସହି ହେଉନାହିଁ   ଦୁଃଖ ଓ ଯନ୍ତ୍ରଣା
        କର ତୁମେ ଚମତ୍କାର,
ବହୁ ଗାଥା କହେ  ଆଦି ନାରାୟଣ
   ଫେରେଇ ଆଣ ମା' କୋଳ...

 ଆହେ ପ୍ରଭୁ ଚକ୍ର  ପେଶି ନକ୍ର୍ର ନାଶି     
       ଆତଙ୍କୀ ନାଶନ କର,
ଆତଙ୍କବାଦୀର  ସମୂଳେ ବିନାଶ
       କରି ବାନା ଜୟ କର...

ଫେରି ଆସ ତୁମେ   ଆହେ ସଇନିକ
           ସୁପୁତ୍ର ଅଭିନନ୍ଦନ,
ମାଟି ମାଆ କାନ୍ଦେ ବାହୁନି ବାହୁନି
       ଫେରି ଆସ ପ୍ରାଣଧନ...

ଆକାଶ ଝରାଏ  ଅଶ୍ରୁଳ ବରଷା
     ବୀର ଯବାନଙ୍କ ପାଇଁ,
ଫେରି ଆସ ତୁମେ  ଆତଙ୍କବାଦରୁ
     ଶୁଭର ବାରତା ନେଇ...

 ଅରିମୂଳ, କେନ୍ଦ୍ରାପଡ଼ା 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।