7/05/2019

🌹ବହୁତ ମନେ ପଡ଼🌹

ଦେବୀ ପ୍ରସାଦ ମହାପାତ୍ର 

ଆଜି ଭାରି ମନେ ପଡେ
ସାଗର ବେଳାରେ ବର୍ଷା ରାତି
କାଲୁଆ ପବନ ,
ତୁମ ଆଖି ସପନକୁ ଦେଖି
ଯେଉଁଦିନ ହଜିଥିଲା ମନ ।
ଅସହ୍ୟ ରୌଦ୍ର ତାପ ପରେ
ଅକସ୍ମାତ୍ ତୁମେ ଆସିଥିଲ
ଶ୍ରାବଣର ସବୁଜିମା
ସାଥେ ଆଣିଥିଲ
ଯୈାବନ ଝୁଲାରେ ମୋର
ନୀଳ ସ୍ବପ୍ନ ଭରି ଦେଇଥିଲ ।
ସବୁ ସୁଖ ତୋଳି ଆଣି
ଅଣ୍ଟି ଭରିବାକୁ
ଅଣ୍ଟାଭିଡ଼ି ଆଣ୍ଟ କରିଥିଲି
ପିରତୀର ପ୍ରାରମ୍ଭ କାଳରୁ
ତୁମ ଓଠର ନିଷ୍ଠୁର ନିରବତା
ଭାଙ୍ଗି ଦେଲା ସ୍ବପ୍ନ ସଉଧକୁ
ସମ୍ପୂର୍ଣ୍ଣ  ମୁଳରୁ......










ଆଜି ବି ସକାଳ ସବୁ
ସଜଳ ତ ତୁମରି ସ୍ମୃତିରେ
ସଞ୍ଜ ସବୁ ଗୁମ୍‌ସୁମ୍‌.....
ବ୍ୟଥାର ବ୍ୟୁହରେ
ରାତି ସବୁ ନିରିମାଖୀ
ଲୁହ ଢାଳି ବାହୁନି ବାହୁନି
ସୁନାର ହରିଣୀ ପାଇଁ
ସ୍ବପ୍ନ ଦେଖୁଥିବା
ଆଖିକୁ ମୋ
ନିଦ ବି ଆସୁନି  ।।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।