ନାରାୟଣ ସାହୁ (ଲିଟୁ)
ଏମିତି ଏ ବାଲି ପଥ ପଡିଛି ଘୁମେଇ
ଚାହିଁଲେ ବି ଆଖି ପାଏ ନାହିଁ....
ଆଖିର ଲୁହ ପରି ଶୁଖିଛି ଏ ନଈ
କାହା ବାଟ ଚାହିଁ ଚାହିଁ.......
ରାଜାପୁଅ ପାରିଧିକି ଗଲାବେଳେ
କଣ୍ଟ ଦେଇଗଲା.....
କଥା ସବୁ ଘୋଡା ଟାପୁର ଶବ୍ଦରେ
ଲିଭିଯାଇଥିଲା.......
ନଈରେ ପାଣି ନୁହେଁ ଖାଲି
ବାଲିଚର ଥିଲା...
ଆକାଶରେ ବାଦଲର
ଭଳିକି ଭଳି ମେଳା
ପାଖରେ ଘଞ୍ଚ ଜଙ୍ଗଲ
କିନ୍ତୁ ନଈ ଥିଲା
ଖୁବ ଦୁଖୀ ଓ ଏକେଲା
ତା' ପାଣି ଖୁବ ମିଠା
ସିଏ ବି ଭାରି ଅନୁରାଗୀ
ସମସ୍ତଙ୍କୁ ମନ ଭରି ଭଲପାଉଥିଲା
ହେଲେ .......
ଆଜି କେହି ତା" ର ନଥିଲେ
ସମସ୍ତଙ୍କ ପାଖରେ ସେ ମରିଯାଇଥିଲା....
ବେଗମତୀ,
ଧାଉଁ ଧାଉଁ ବଂଚିବାର ରାହା ହରେଇଲା......
ଏଇ ପାଣି ଛୁଇଁ ଛୁଇଁ
ଧୋଇ ଗଲା କେତେ ପାପ
ହେଲେ .....
ପାଣି ସବୁ ଶୁଖି ଗଲା ପରେ ବି
ପାପ ଗୁଡା ସରି ନଥିଲା……
ପାଣିଧାର ପଥର ଉପରେ ବସି
ଗୋରୁଆଳ ଟୋକାଟା ନିତି ଗାଉଥିଲା ଗୀତ
ଗୀତ ନୁହେଁ ସେ ଥିଲା
ଜୀବନର ସଙ୍ଗୀତ.......
ଏ କୂଳେ ଜୀବନ
ସେ କୂଳେ ସପନ
ମଝିରେ ଜୁଆରିଆ ନଈ
ଅଶାର ସବୁଜ କ୍ଷେତ ଧାରେ ଧାରେ
ବହୁଥିଲା ନିତି ଦୁଈକୂଳ
ମାଟି ଛୁଇଁ ଛୁଇଁ....
ଏ ,ନଈ ତୁଠରେ
କୁଆଁରୀ ଗଢ଼ିଛି ବାଲିର ଗରଡା
ମଙ୍ଗଳ କାମନା ନେଇ....
ମୁଣ୍ଡରେ ମାରିଛି ଚହଲାପାଣିକୁ
ମାଆ,
ବୋଲି ଡାକ ଦେଇ.....
ଏବେ କିନ୍ତୁ
ଭଙ୍ଗା ମାଟି ହାଣ୍ଡି
କଣା ମାଠିଆର
ପାହାଡ଼ଟେ ଦିଶେ ବେଶୀ
ପ୍ରିୟ ପରିଜନ ଦେହର ପାଉଁଶ
ନଈରେ ଯାଇଛି ମିଶି……….…।।
-ପୁରୀ-
ଜୟ ସାହିତ୍ୟ, ଜୟ ସମାଜ
ଏମିତି ଏ ବାଲି ପଥ ପଡିଛି ଘୁମେଇଚାହିଁଲେ ବି ଆଖି ପାଏ ନାହିଁ....
ଆଖିର ଲୁହ ପରି ଶୁଖିଛି ଏ ନଈ
କାହା ବାଟ ଚାହିଁ ଚାହିଁ.......
ରାଜାପୁଅ ପାରିଧିକି ଗଲାବେଳେ
କଣ୍ଟ ଦେଇଗଲା.....
କଥା ସବୁ ଘୋଡା ଟାପୁର ଶବ୍ଦରେ
ଲିଭିଯାଇଥିଲା.......
ନଈରେ ପାଣି ନୁହେଁ ଖାଲି
ବାଲିଚର ଥିଲା...
ଆକାଶରେ ବାଦଲର
ଭଳିକି ଭଳି ମେଳା
ପାଖରେ ଘଞ୍ଚ ଜଙ୍ଗଲ
କିନ୍ତୁ ନଈ ଥିଲା
ଖୁବ ଦୁଖୀ ଓ ଏକେଲା
ତା' ପାଣି ଖୁବ ମିଠା
ସିଏ ବି ଭାରି ଅନୁରାଗୀ
ସମସ୍ତଙ୍କୁ ମନ ଭରି ଭଲପାଉଥିଲା
ହେଲେ .......
ଆଜି କେହି ତା" ର ନଥିଲେ
ସମସ୍ତଙ୍କ ପାଖରେ ସେ ମରିଯାଇଥିଲା....
ବେଗମତୀ,
ଧାଉଁ ଧାଉଁ ବଂଚିବାର ରାହା ହରେଇଲା......
ଏଇ ପାଣି ଛୁଇଁ ଛୁଇଁ
ଧୋଇ ଗଲା କେତେ ପାପ
ହେଲେ .....
ପାଣି ସବୁ ଶୁଖି ଗଲା ପରେ ବି
ପାପ ଗୁଡା ସରି ନଥିଲା……
ପାଣିଧାର ପଥର ଉପରେ ବସି
ଗୋରୁଆଳ ଟୋକାଟା ନିତି ଗାଉଥିଲା ଗୀତ
ଗୀତ ନୁହେଁ ସେ ଥିଲା
ଜୀବନର ସଙ୍ଗୀତ.......
ଏ କୂଳେ ଜୀବନ
ସେ କୂଳେ ସପନ
ମଝିରେ ଜୁଆରିଆ ନଈ
ଅଶାର ସବୁଜ କ୍ଷେତ ଧାରେ ଧାରେ
ବହୁଥିଲା ନିତି ଦୁଈକୂଳ
ମାଟି ଛୁଇଁ ଛୁଇଁ....
ଏ ,ନଈ ତୁଠରେ
କୁଆଁରୀ ଗଢ଼ିଛି ବାଲିର ଗରଡା
ମଙ୍ଗଳ କାମନା ନେଇ....
ମୁଣ୍ଡରେ ମାରିଛି ଚହଲାପାଣିକୁ
ମାଆ,
ବୋଲି ଡାକ ଦେଇ.....
ଏବେ କିନ୍ତୁ
ଭଙ୍ଗା ମାଟି ହାଣ୍ଡି
କଣା ମାଠିଆର
ପାହାଡ଼ଟେ ଦିଶେ ବେଶୀ
ପ୍ରିୟ ପରିଜନ ଦେହର ପାଉଁଶ
ନଈରେ ଯାଇଛି ମିଶି……….…।।
-ପୁରୀ-
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।