ପୂର୍ଣ୍ଣଚନ୍ଦ୍ର ରଣା
ଓଡ଼ିଶା ପ୍ରଦେଶେ ଜିଲ୍ଲା ଯାଜପୁର
ପ୍ରସିଦ୍ଧ ଏ ଜିଲ୍ଲା ନାମ,ବାସ କରୁଛନ୍ତି ମାଆ ବିରଜା ଯେ
ଏ ଏକ ପ୍ରସିଦ୍ଧ ଧାମ l୧
ଘଣ୍ଟ ଘୋଡ଼ାଇ ମା' ରଖିଛି ସେ ସଦା
ତା'ର ପୁରପଲ୍ଲୀ ବାସୀ,
ବିପଦେ ଆପଦେ କରନ୍ତି ନିଜର
ଆପଣା କରେ ସେ ହସି l୨
ମାଆ ପରି ପୁଣି ମାଆଟିଏ ନାହିଁ
ତା' ପଣତ କେତେ ଲମ୍ବା,
ସେଇ ପଣତରେ ରଖିଛି ଘୋଡ଼ାଇ
ସନ୍ତାନଙ୍କୁ ଜଗଦମ୍ବା l୩
ପବିତ୍ର ଧାମରେ ବାସ କରୁଛି ସେ
ବିରଜାକ୍ଷେତ୍ର ତା' ନାମ,
ସୁଗନ୍ଧା କୁସୁମେ ପୂଜା ପାଏ ମାଆ
ଆହା କି ଏ ମନୋରମ l୪
ଯାଏ ଯିଏ ଯେବେ ବିରଜାକ୍ଷେତ୍ରକୁ
କରେ ଯଦି ମନସ୍କାମ,
ପୂରଣ ହୁଏ ଯେ ସବୁ ଇଚ୍ଛା ତା'ର
ଭରେ କେତେ ଶ୍ରଦ୍ଧା ପ୍ରେମ l୫
ମାଆ ବୋଲି ଥରେ ଡାକିଦେଲେ ତାକୁ
କରେ ସେ ନିଜର ଅତି,
ହାତ ଧରି ପୁଣି ସାଥେ ଚାଲେ ମାଆ
ସ୍ନେହ ରଖେ ପିଲା ପ୍ରତି l୬
ଆହା କି ସୁନ୍ଦର ଏ ବିରଜାକ୍ଷେତ୍ର
ମାଆ ମୋର ମନଲାଖି ,
ଥରେ ଦେଖିଥିଲେ ମନେ ରହେ ସଦା
ଘୂରିବୁଲେ ସଦା ଆଖି l୭
ହାଟସିଂହପୁର
ଯାଜପୁର
ଜୟ ସାହିତ୍ୟ, ଜୟ ସମାଜ
ଜୟ ମାଆ ବିରଜା, ବହୁତ ସୁନ୍ଦର
ReplyDelete