7/05/2019

ମାଆ ସବୁରି

ସଙ୍ଗୀତା ଦାଶ
ମାଆ ପରି ଅଛି କିଏ    ?                                                 
କୁନି କୁନି ପାଦ ଥକି ଗଲେ  ପଥେ
କୋଳକୁ ସାଉଁଟି ନିଏ ।
ମାଆ ପରି ଆପଣାର
କହ କିଏ ଆଉ ଦୁନିଆରେ ଅଛି
ମୂରତି ସେ ମମତାର   ।


ମାଆକୁ ଆଶ୍ରୟ କରି
କଅଁଳ  ପାଦରେ ଚାଲି ଶିଖିଲି ମୁଁ
ତା'  ହାତ ଆଙ୍ଗୁଠି  ଧରି ।
ମୋହରି ମଙ୍ଗଳ  ପାଇଁ
ବାରମାସେ ତେର ଓଷା ପୂଜା କରେ
ସେ'  ତ ଉପବାସ ରହି ।
ମାଆ ପରି କେହି ନାହିଁ
ମା' ତ ମୋ' ଲାଗି ସରଗଠୁଁ ବଳି
ମଣିଷ ମୁଁ ତାହା ପାଇଁ ।

ପ୍ରଧାନ ଶିକ୍ଷୟିତ୍ରୀ - 
ଗୋସାଗରେଶ୍ବର ପ୍ରାଥମିକ ବିଦ୍ଯାଳୟ
(ଭୁବନେଶ୍ବର)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।