ପ୍ରଦୀପ ବନ୍ଧ

ତୁମେ କ'ଣ ଭାବିଚ
ମୁଁ ଜାଣେନା
ମୋତେ ରବର ଭାବି ଖେଳିଚ
ପ୍ଲାଷ୍ଟିକ୍ ଭାବି ବ୍ୟବହାର କରି ପୁଣି
ଫିଙ୍ଗି ଦେଇଛ
ସେହି ରାସ୍ତା କଡର ଆବର୍ଜନାକୁ,
ହେଲେ,,,,
ଆଜି କିନ୍ତୁ ମାଟି କଣ୍ଢେଇ ଭାବି
ଧାରୁଆ ନଖରେ ଖିନ୍ଭିନ୍ କରି
ଶୋଷି ଚାଲିଚ ଆଉ
ରକ୍ତ - ମାଂସ ଶରୀରକୁ
ଦୁଇ ଆଙ୍ଗୁଠି ସନ୍ଧିରେ ଲଟକେଇ
ସିଗାରେଟ ପରି ପିଇ ଚାଲିଚ
ମର୍ଦରାଜ ସାଜି।।
ନା
ଆଉ ପାରିବିନି
ଜମା ଝୁଲି ପାରିବିନି ?
ତୁମ ନିଖୁଣ ଅଭିନୟର ଝୁଲଣରେ,
କେମିତି ପାରିବି ?
ତୁମେ କୁହ
ଟିକେଟ କାଟି ଦେଖୁଥିବା ଲୋକଟା ପରା
ଆଖି ଓଦା କରି
ଚାଲି ଗଲାଣି,
ଓଳିଏ ଖାଇ ଉପାସ ରହିବା ଅପେକ୍ଷା
ସବୁଦିନ ପାଇଁ ଉପାସ ରହିଲେ କ୍ଷତି କ'ଣ ?
ତୁମ ଲଚକ ଗାଇବା ମୋତେ ଆଉ
ନଚେଇ ପାରିବନି, କି ?
ହସେଇବା ବଦଳରେ ତୁମ
ମଦୀରା ନିଶାର ମାଦକତାରେ
ବାଉଁଶ ରାଣୀ ସାଜି ନାଚି ପାରିବିନି।।

ତୁମେ କ'ଣ ଭାବିଚ
ମୁଁ ଜାଣେନା
ମୋତେ ରବର ଭାବି ଖେଳିଚ
ପ୍ଲାଷ୍ଟିକ୍ ଭାବି ବ୍ୟବହାର କରି ପୁଣି
ଫିଙ୍ଗି ଦେଇଛ
ସେହି ରାସ୍ତା କଡର ଆବର୍ଜନାକୁ,
ହେଲେ,,,,
ଆଜି କିନ୍ତୁ ମାଟି କଣ୍ଢେଇ ଭାବି
ଧାରୁଆ ନଖରେ ଖିନ୍ଭିନ୍ କରି
ଶୋଷି ଚାଲିଚ ଆଉ
ରକ୍ତ - ମାଂସ ଶରୀରକୁ
ଦୁଇ ଆଙ୍ଗୁଠି ସନ୍ଧିରେ ଲଟକେଇ
ସିଗାରେଟ ପରି ପିଇ ଚାଲିଚ
ମର୍ଦରାଜ ସାଜି।।
ନା
ଆଉ ପାରିବିନି
ଜମା ଝୁଲି ପାରିବିନି ?
ତୁମ ନିଖୁଣ ଅଭିନୟର ଝୁଲଣରେ,
କେମିତି ପାରିବି ?
ତୁମେ କୁହ
ଟିକେଟ କାଟି ଦେଖୁଥିବା ଲୋକଟା ପରା
ଆଖି ଓଦା କରି
ଚାଲି ଗଲାଣି,
ଓଳିଏ ଖାଇ ଉପାସ ରହିବା ଅପେକ୍ଷା
ସବୁଦିନ ପାଇଁ ଉପାସ ରହିଲେ କ୍ଷତି କ'ଣ ?
ତୁମ ଲଚକ ଗାଇବା ମୋତେ ଆଉ
ନଚେଇ ପାରିବନି, କି ?
ହସେଇବା ବଦଳରେ ତୁମ
ମଦୀରା ନିଶାର ମାଦକତାରେ
ବାଉଁଶ ରାଣୀ ସାଜି ନାଚି ପାରିବିନି।।
ଭଦ୍ରକ, ବାସୁଦେବପୁର
ସାନମଛୁଆଘାଇ,ରାଜପୋଖରୀ
ଭ୍ରାମ୍ଯଭାଷ - ୮୦୭୨୭୮୩୨୨୦
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।