ଅରୁଣା କର

ମଗ୍ନ କୋଣାର୍କ ର ଭଗ୍ନ ଶିଳା ମୁଁ
ଆକୁଳ ଅନ୍ତରେ କାନ୍ଦେ
କାହିଁ ଗଲ ଶୀଳ୍ପି ଗଢିଦେଇ ମୋତେ
ବେଦନା ବିଧୁର ଛନ୍ଦେ
ନଗ୍ନତାର ଶେଷ ସୀମାରେ ବସାଇ
ଆଙ୍କିଲ ରୂପ ଯୌବନ
ପ୍ରାଣ ଭରି ଦେଇ ଶରୀରରେ ମୋର
କରିଦେଲ ମୋହାଚ୍ଛନ୍ନ
ଶିରା ପ୍ରଶିରାରେ ପ୍ରବାହିତ କଲକାମନାର ଇନ୍ଦ୍ରଧନୁ
କୋଟି ସୁଷମାରେ ସୁସଜ୍ଜିତ କଲ
ପ୍ରୀତିରେ ଭିଜିଲା ତନୁ
ପ୍ରତିଟି ଅଙ୍ଗରେ ଭରିଦେଲ ତୁମେ
ମଧୁ ମଧୁ ଶିହରଣ
ଜାଳିଦେଲ ମନେ କାମନାର ନିଆଁ
ଦେଲ ଜୀବନ୍ତ ମରଣ
କେତେ ଦର୍ଶକ ଙ୍କ ମନ ମୋହିନିଏ
ମୋ ନଗ୍ନ ରୂପ ଯୌବନ
ଅନାଇ ରୁହନ୍ତି ମୋ ପ୍ରତି ଅଙ୍ଗକୁ
ହୋଇ ଯାନ୍ତି ସମ୍ମୋହନ
ଆଖିରୁ ଝରାଇ ଧାରା ଶିରାବଣ
ସଭିଙ୍କୁ ପଚାରେ ମୁହିଁ
ମୋ ପ୍ରିୟ ଶୀଳ୍ପି ଙ୍କୁ ଏଇ ଦୁନିଆରେ
କେବେ ଦେଖିଛକି କେହି???
ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ
ମୋ -୯୩୪୮୨୨୯୩୧୬
ଭୁବନେଶ୍ବର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।