ସନ୍ଦୀପା ମହାପାତ୍ର (କେନ୍ଦ୍ରାପଡା)

ମୋର ବହୁତ ଇଛା ଥାଏ ଅଭିନୟ କରିବା ପାଇଁ । ମୋର ଜଣେ ଦିଦି ଅଛନ୍ତି, ତାଙ୍କର ଜଣେ ମ୍ଯୁଜିକ୍ ଡ଼ାଈରେକ୍ଟର ଚିହ୍ନା ଅଛନ୍ତି ବୋଲି ମତେ କହିଥିଲେ । ଦିନେ ଦିଦି ଅଚାନକ ଫୋନ୍ କରି କହିଲେକି ସେ ମ୍ଯୁଜିକ୍ ଡ଼ାଈରେକ୍ଟର ମତେ କହୁଥିଲେ ଅଭିନୟ ପାଇଁ ହେଲେ ମୁଁ ମନା କଲି ତାଙ୍କୁ,କିନ୍ତୁ ତମ କଥା କହୁଥିଲି । ସେ କହିଛନ୍ତି ତମେ ତାଙ୍କୁ ଫୋନ୍ କରି ସବୁ ଡ଼ିଟେଲ୍ସ୍ ବୁଝିନେବ । ମୁଁ ଦିଦିଙ୍କ ପାଖରୁ ତାଙ୍କର ନମ୍ବର ଆଣିଲି, କିନ୍ତୁ ମୁଁ ତାଙ୍କ ପାଖକୁ ଫୋନ୍ କରିବା ପରିବର୍ତ୍ତେ ସେ ନିଜେ ମୋ ପାଖକୁ ଫୋନ୍ କରିଛନ୍ତି ଦିଦିଙ୍କ ପାଖରୁ ନମ୍ବର ନେଇକି । ମତେ ଫୋନ୍ ଆସିଲା, ମୁଁ ଫୋନ୍ ଉଠେଇ ପଚାରିଲି -"କିଏ ? କେଉଁଠୁ କହୁଛନ୍ତି ?" ସେତେବଳେ ସେ ମତେ ଦିଦିଙ୍କ ପରିଚୟ ଦେଲେ । କହିଲେକି - "ସେ ତମକୁ ମୋ ବିଷୟରେ କିଛି କହି ନାହାନ୍ତି କି ?" ମୁଁ କହିଲି -"ହଁ କହିଛନ୍ତି ।" ତା'ପରେ ମତେ ସେ ନାଁ, ଗାଆଁ, ବାପା, ମା', ଘର ଓ ପରିବାର ଏମିତିକି ସମସ୍ତଙ୍କ ବିଷୟରେ ପଚାରି ସବୁକିଛି ବୁଝିନେଲେ । ତା'ପରେ ମତେ ପଚାରିଲେ - "କ'ଣ କର ତମେ,ଆଉ ଅଭିନୟ କରିବା ପାଇଁ ଇଛା ଅଛି ?" ମୁଁ କହିଲି -"ହଁ ଇଛା ଅଛି ।" ଏତିକି କଥା ପରେ ପରେ ସେ ସିଧା ପଚାରିଲେ - "ତମେ କେମିତି ଦେଖିବାକୁ ?" ମୁଁ କିଛି କହିବା ପୂର୍ବରୁ ସେ କହିବା ଆରମ୍ଭ କରିଲେ କି "ତମେ ବହୁତ ସୁନ୍ଦର ହୋଇଥିବ ଦେଖିବାକୁ ନିହାଁତି ।" ମୁଁ କହିଲି - "ହଁ ସୁନ୍ଦର,କିନ୍ତୁ କହି ପାରିବିନି ଆପଣଙ୍କର ଅଭିନୟ ଦୁନିଆରେ ମତେ ପସନ୍ଦ କରିବେକି ନାହିଁ ।" ସେ କହିଲେ - "ନା, ନା ; ତମେ ସୁନ୍ଦର ମାନେ ତ ନିଶ୍ଚୟ ମୋର ପସନ୍ଦ ହେବ । ଆଉ ଗୋଟିଏ କଥା,ତମେ ମୋଟା ନାଁ ପତଳା ?" ମୁଁ କହିଲି - "ନା,ମୁଁ ପତଳା ।" "ଆମର ତ ଏ ଲାଇନ୍ରେ ପତଳା ଝିଅ ହିଁ ଦରକାର" ବୋଲି ସେ ମତେ ଅବଗତ କରିଲେ । ଏମିତି ଆଉ କିଛିଦିନ କଥା ହେଲା ପରେ ସେ ମତେ କହିଲେ -"ଆମର ଏ ଲାଇନ୍ରେ ସବୁ କଥାକୁ କମ୍ପରମାଇଜ୍
କରିବାକୁ ପଡିବ ।" ମୋର କିଛି ଲାଜ ସରମ ନାହିଁ । ମୁଁ ତାଙ୍କୁ ସିଧା ସିଧା ପଚାରିଲି "କମ୍ପରମାଇଜ୍ ମାନେ କ'ଣ ? କ'ଣ କହିବାକୁ ଚାହୁଁଛନ୍ତି ଆପଣ ?" "ନା,ଏମିତି ଛୋଟ ଛୋଟ କଥା,ଧର ଆମେ ଯେମିତି କହିବୁ ତମେ ସେମିତି କାମ କରିବ..." ମୁଁ କହିଲି - ଠିକ୍ ଅଛି ।" ସେ କହିଲେ - "ଧରିନିଅ କେଉଁଠି ସୁଟିଙ୍ଗ୍ ସରୁ ସରୁ ରାତି ହୋଇ ଆସିଲା ସେଠି ତମକୁ ଆମ ସହ, ରହିବାକୁ ପଡିବ ।" ମୁଁ କହିଲି- "ଠିକ୍ ଅଛି,ଯଦି ସମସ୍ତେ ରହିବେ ତା'ହେଲେ ମୁଁ ରହିବି ।" ସେ କହିଲେ - "ହଁ,ସମସ୍ତେ ରହିବେ କିନ୍ତୁ ଆମେ ଗୋଟିଏ ରୁମ୍ର ରହିବା ।" ମୁଁ ସିଧା ସିଧା ମନା କରିଦେଲି -"ନା,ମୁଁ ଅଲଗା ରହିବି ।" ସେ କହିଲେ - "ସେମିତି କ'ଣ ହୋଇପାରିବ ? ଆମ ପାଖରେ ହିଁ ରହିବାକୁ ପଡିବ ।" ତାପରେ ମୁଁ ସିଧା ମନା କରିଦେଲି କି ସେମିତିକା ଝିଅ ମୁଁ ନୁହଁ ମୋର ଅଭିନୟ କରିବା ଦରକାର ନାହିଁ ।
କରିବାକୁ ପଡିବ ।" ମୋର କିଛି ଲାଜ ସରମ ନାହିଁ । ମୁଁ ତାଙ୍କୁ ସିଧା ସିଧା ପଚାରିଲି "କମ୍ପରମାଇଜ୍ ମାନେ କ'ଣ ? କ'ଣ କହିବାକୁ ଚାହୁଁଛନ୍ତି ଆପଣ ?" "ନା,ଏମିତି ଛୋଟ ଛୋଟ କଥା,ଧର ଆମେ ଯେମିତି କହିବୁ ତମେ ସେମିତି କାମ କରିବ..." ମୁଁ କହିଲି - ଠିକ୍ ଅଛି ।" ସେ କହିଲେ - "ଧରିନିଅ କେଉଁଠି ସୁଟିଙ୍ଗ୍ ସରୁ ସରୁ ରାତି ହୋଇ ଆସିଲା ସେଠି ତମକୁ ଆମ ସହ, ରହିବାକୁ ପଡିବ ।" ମୁଁ କହିଲି- "ଠିକ୍ ଅଛି,ଯଦି ସମସ୍ତେ ରହିବେ ତା'ହେଲେ ମୁଁ ରହିବି ।" ସେ କହିଲେ - "ହଁ,ସମସ୍ତେ ରହିବେ କିନ୍ତୁ ଆମେ ଗୋଟିଏ ରୁମ୍ର ରହିବା ।" ମୁଁ ସିଧା ସିଧା ମନା କରିଦେଲି -"ନା,ମୁଁ ଅଲଗା ରହିବି ।" ସେ କହିଲେ - "ସେମିତି କ'ଣ ହୋଇପାରିବ ? ଆମ ପାଖରେ ହିଁ ରହିବାକୁ ପଡିବ ।" ତାପରେ ମୁଁ ସିଧା ମନା କରିଦେଲି କି ସେମିତିକା ଝିଅ ମୁଁ ନୁହଁ ମୋର ଅଭିନୟ କରିବା ଦରକାର ନାହିଁ ।
ତାପରେ ସେ ମତେ ବୁଝେଇବାକୁ ଲାଗିଲେ କି "ତମେ ତମ ବୟେଫ୍ରେଣ୍ଡ ପାଇଁ ମନା କରୁଛ ନା ମୋ ସହିତ ସମ୍ପକ ରଖିବା ପାଇଁ ?" ମୁଁ ସିଧା କହିଦେଲି -"ହଁ।" ତା'ପରେ ସେ ମତେ ବୁଝେଇଲେ କି -"ନା,ମୁଁ ଏମିତି ତମକୁ ପରୀକ୍ଷା କରୁଥିଲି ।" ଏମିତି ଗୋଟିଏ ଦିନ ସେ ମୋତେ କହିଲେକି -"ନା, ମୁଁ ଜାଣିଲି ତମେ ସେହିପରିକା ଝିଅ ନୁହଁ,ଯେପରି ଆଜିକାର ଅଧୁନା ଝିଅ । ହଉ ଛାଡ ତମେ ଯେବେ କଟକ ଆସିବ ମତେ ଦେଖା କର,ଦେଖିବା କ'ଣ କରିବା ତମ ପାଇଁ।"
ମୁଁ ସେତବଳେ ଢ଼େଙ୍କାନାଳରେ ରହୁଥାଏ । ଘରକୁ ଆସିବା ବାଟରେ କଟକରେ ଓହ୍ଲାଇ ତାଙ୍କୁ ଫୋନ୍ କଲି । ମୋ କଲ୍ ପାଇ ସେ ଆସି ଠିଆ ହୋଇଥିଲେ ବସ୍ ଷ୍ଟାଣ୍ଡରେ । ସେଇଠୁ ସେ କହିଲେ -"ଚାଲ ମୁଁ ତମକୁ ଆମର ସିନିୟର ସାର୍ଙ୍କ ସହ ଭେଟ କରାଇ ଦେବି ।ସେ ତମ ପାଇଁ ଯାହା କରିବେ ।" ଆମେ ଦୁଇଜଣ ସେଠାକୁ ଗଲୁ । ଗଲା ପରେ ଏମିତି ଯୋଗ ସେ ବି ଘରେ ନଥା'ନ୍ତି,ସେଉଠୁ ସେ ମତେ ନେଇଗଲେ ଆକାଶ ବାଣୀ କଟକ କେନ୍ଦ୍ର । ସେଠି କ'ଣ ତାଙ୍କ ଗୀତର କ୍ଯାସେଟ୍ କରିବାର ଥିଲା । ସେଠୁ ଫେରି ଆସି କହିଲେ -"ଏମିତି କେତେ ସମୟ ବାହାରେ ବୁଲିବା ? ଚାଲ ଯିବା ସିବା ନଟ୍ ଆଉଟ୍ ସିନେମା ସୁଟିଙ୍ଗ୍ ଚାଲିଛି ଦେଖିବା ।" ମୋ ମନରେ ବି ବହୁତ ଆଗ୍ରହ ଥାଏ କି ସିନେମାର ହିରୋ, ହିରୋଇନଙ୍କୁ୍ ସମ୍ନାରେ ଦେଖିବାର । ମୁଁ କହିଲି -"ଚାଲ ଯିବା ।" ସେଠାକୁ ଯାଇ ଆସିଲା ପରେ ସେ କହିଲେ - "ଚାଲ ଗୋଟିଏ ରୁମ୍ ନେବା ଓ ବସିକି କଥା ହେବା । ତାପରେ ତମକୁ ଆଣି ମୁଁ ଛାଡିଦେବି ।" ମୁଁ ବୁଦ୍ଧି ଖର୍ଚ୍ଚ କରିକି କହିଲି -"ଏହି ମନ୍ଦିର ପାଖରେ ଆମେ ବସିବା । "ସେ ଯମା ରାଜି ହେଉନଥା'ନ୍ତି । ମୁଁ କହିଲି -"ବସିଲେ ବସ ନହେଲେ ମତେ ନେଇକି ଛାଡ଼ି ଆସ ।" ସେ ବାଧ୍ଯ ବାଧକତାର ସହ ସେଠି ବସିଲେ । ତା'ପରେ ସେ ତାଙ୍କ ନିଜ ବିଷୟରେ ସଫେଇ ଦେବା ଆରମ୍ଭ କରିଦେଲେ । କହିଲେକି "ପିଲାଙ୍କର ବୟ୍ଫ୍ରେଣ୍ଡ ଥାଇକି ବି ସେ ମୋ ସହ ସମ୍ପର୍କ ରଖୁଛନ୍ତି"। ତା'ର ପ୍ରମାଣ ଦେଖିବ କହି ଫେସବୁକ୍ ଅନ୍ କରି ସେ ଝିଅଟିର ଅଶୀଳ ଫଟୋ ମତେ ଦେଖାଇଲେ । ମୁଁ ଦେଖିବା ମାତ୍ରକେ "ବନ୍ଦ୍ କର" ବୋଲି କହିଲି । ତା'ପରେ ସେ ମତେ ପଚାରୁଛନ୍ତି -"କ'ଣ ଖରାପ ଲାଗୁଛି କି ? ଏ ତ ଝିଅ ଖାଲି ଦେଖିଲ, ହେଲେ ମୋ ସହିତ ସ୍ତ୍ରୀ ଲୋକଙ୍କର ବି ସମ୍ପର୍କ ଅଛି । ଆମ ସେଇପଟେ ଖୋର୍ଦ୍ଧାରେ ତାଙ୍କ ସ୍ବାମୀ ମାନେ ବାହାରେ ରହୁଛନ୍ତି । ସେ ବି ମୋ ସହ ସମ୍ପର୍କ ରଖୁଛନ୍ତି,ତମେ କ'ଣ ପାଇଁ ରାଜି ହେଉନ ?" ମୁଁ କିଛି ନକହି ନିରବ ରହିଲି ।
ଏତିକି କଥା ପରେ ଆମେ ଗଲୁ ମଧ୍ୟାହ୍ନ ଭୋଜନ ଖାଇବାକୁ ହୋଟେଲ୍କୁ । ସେଠି ସେ ଯଲଦି ଯଲଦି କରି ଖାଇକି ଉଠି, ସେଠି ଖାଇବାକୁ ଦେଉଥିବା ଓଏଟର ଭାଈକୁ ପଚାରୁଛନ୍ତି -"ଏଠି ନିରୋଳା ଜାଗା କେଉଁଠି ଅଛି ?" ସେ ପଚାରିବା ସମୟରେ ମୁଁ ଶୁଣି ଦେବାରୁ ମୋର କାହିଁ ସନ୍ଦେହ ଆସିଲା । ମୁଁ ସେତେବେଳେ କଟକକୁ ନୂଆ କରି ଆସିଥାଏ ତାଙ୍କୁ ଭେଟିବାକୁ । ସେ ମତେ କହିଲେ -"ଆମେ ତ ଖାଇଲେ, ଚାଲ ଯିବା ନଦୀକୂଳ ଆଡ଼କୁ ଟିକେ ଥଣ୍ଡା ପବନ ଖାଇକି ଆସିବା ।" ମୁଁ ଏ କଥା ଶୁଣି ମୋ ମନରେ ବହୁତ ଭୟ ଆସି ଯାଇଥାଏ, କାରଣ ବାଟ ବି ମତେ ଜଣା ନଥାଏ । ହେଲେ ତାଙ୍କୁ ଜାଣିବାକୁ ଦେଇ ନଥାଏ ବାଟ ମତେ ଜଣା ନାହିଁ ବୋଲି । ମୁଁ କହିଲି - "ମତେ ସିଧା ନେଇ ବସ୍ ଷ୍ଟାଣ୍ଡରେ ଛାଡିକି ଆସ ।" ସେଉଠୁ ସେ ବାଧ୍ଯ ହୋଇକି ମତେ ଆଣିକି ଆସିଲେ ।ଆସିଲା ସମୟରେ ଗାଡିର ଚକା ଲିକ୍ ହୋଇଗଲା । ସେଉଠୁ କ'ଣ କରିବୁ,ଦ୍ବିପହର ସମୟ । କିଛି ଲୋକ ଦୋକାନ ବନ୍ଦ କରି ଖାଇବାକୁ ଯାଇଥା'ନ୍ତି,ଆଉ କିଛି ଲୋକ ଦୋକାନ ଖୋଲିକି ବସିଥାନ୍ତି । ସେଉଠୁ କିଛି ବାଟ ଆସିଲା ପରେ ଗୋଟିଏ ଗାଡି ଗ୍ଯାରେଜ୍ ଖୋଲା ଥାଏ । ସେ ଗାଡ଼ିକୁ ଦେଖି କହିଲେ -"ରଖ ମୁଁ ଠିକ୍ କରି ଦେଉଛି ।" ସେଠି ଗୋଟିଏ ବେଞ୍ଚ ଫାଙ୍କା ଥାଏ,ମୁଁ ଯାଇକି ସେଠି ବସିଲି । କିଛି ସମୟ ଛାଡ଼ିକି ସେ ବି ଗଲେ ସେଠାକୁ ବସିବା ପାଇଁ । ଠିକ୍ ସେହି ସମୟରେ ଜଣେ ସ୍ତ୍ରୀ ଲୋକ ତାଙ୍କୁ ଫୋନ୍ କଲେ ; ସେ ଫୋନ୍କୁ ରିସିଭ୍ କରିବା ସହିତ ସ୍ପିକରଟାକୁ ଦେଇଥା'ନ୍ତି । ସେ ସ୍ତ୍ରୀ ଲୋକ ଜଣକ ତାଙ୍କୁ ପଚାରିଲେ "ତମେ କୋଉଠି ଅଛ ?"
- ମୁଁ କଟକରେ ଅଛି ।
- ଆମ ଘର ଆଡେ ଆସୁନ । ମୋ ସ୍ବାମୀ ନାହାଁନ୍ତି କି ପୁଅ ବି କଲେଜରୁ ଫେରିନି ।
ଏମିତି ଆଉ କିଛି କଥା ବି ହେଲେ । କଥା ସରିଲା ପରେ ପୁଣି ମତେ ବୁଝେଇବାକୁ ଲାଗିଲେ -"ଦେଖୁଛ ସେମାନେ ମତେ ଫୋନ୍ କରି ଡ଼ାକୁଛନ୍ତି, ହେଲେ ମୁଁ ଯାଇ ପାରୁନି । କିନ୍ତୁ ତମେ ମୋ ପାଖରେ ମୁଁ ତମକୁ ଡ଼ାକୁଛି ତମେ ଆସୁନ। ଥରେ ଆସ ମୋ ପାଖକୁ ଦେଖ ସବୁବେଳେ ଆସିବାକୁ ଇଛା କରିବ ।" ମୁଁ ସେଉଠୁ କିଛି ଯେମିତି ନଶୁଣିଲା ପରିକା ଠିଆ ହୋଇଥାଏ । ସେ ବାଧ୍ଯ ହୋଇ କହିଲେ- ହଉ ମୋର କିଛି ଦରକାର ନାହିଁ, ଖାଲି ଗୋଟିଏ ଚୁମ୍ବନ ଦେଉନ ନହେଲେ lମୁଁ ସେଉଠୁ ଉଠିକି ଚାଲି ଆସି ଠିଆ ହୋଇଲି ସେ ଗାଡ଼ି ଗ୍ଯାରେଜ୍ ପାଖରେ l କିଛି ସମୟ ଭିତରେ ଗାଡି ମରାମତି ସରିଗଲା । ସେ ମତେ ଆଣିକି ବସ୍ଷ୍ଟାଣ୍ଡରେ ଛାଡିବା ରାସ୍ତାରେ କହୁଛନ୍ତି -ବିଜୁ ପଟ୍ଟନାୟକ ପାର୍କ ଯିବା ବୋଲି l ମୁଁ କହିଲି ମୋର କୁଆଡେ ଯିବାର ନାହିଁ,ମତେ ବସ୍ ଷ୍ଟାଣ୍ଡରେ ଛାଡିବ ଯଦି ଛାଡ ନହେଲେ ମୁଁ ନିଜେ ଯାଇ ପାରିବି। ସେଉଠୁ ଫୁଣି ଆହୁରି ଗୋଟିଏ ପ୍ଲାନ୍ ପକାଇଲେ -ତମେ ସିନା ଚାହୁଁନ ଆଉ କାହା ସହ ସମ୍ପର୍କ ରଖିବା ପାଇଁ,ହେଲେ ତମ ବୟେଫ୍ରେଣ୍ଡ କ'ଣ ଖାଲି ତମକୁ ଭଲପାଉଥିବ ନା ତାଙ୍କର ସେପଟେ ବି ଆଉ କେଉଁ ଝିଅ ସହ ସମ୍ପର୍କ ରଖୁଥିବେ । ପୁଅ ପିଲାଙ୍କ ଜାତି ହେଉଛି ବା ସେୟା । ଏମିତି କଥା ଭିତରେ ବସ୍ ଷ୍ଟାଣ୍ଡରେ ଆସି ପହଞ୍ଚି ଗଲି ।
ସେଠୁ ଆସିକି ଢ଼େଙ୍କାନାଳରେ ପହଞ୍ଚିଲି, ତା'ପରେ ତାଙ୍କର ଫୁଣି ସନ୍ଧ୍ଯାବେଳକୁ ଫୋନ୍ ଆସିଲା । ସେ କହିଲେ -"ତମ ସହିତ ଯେଉଁ ଟାଇମ୍ ବିତେଇଛି ଆଜି ଦିନରେ,ମୁଁ ତାକୁ ଭୁଲି ପାରୁନି । ମୋ ମନ କଥା ଥରେ ବୁଝ ।" ମୁଁ କହିଲି "ତମ ଚାରି ଖୁରାକୁ ଜୁହାର , ତମେ ତମ ରାସ୍ତାରେ ଯାଅ ଆଉ ମୁଁ ମୋ ରାସ୍ତାରେ । ମୋର ଅଭିନୟ କରିବା ଦରକାର ନାହିଁ, ବହୁତ ହୋଇଗଲା ମୋର ଅଭିନୟ ।" ସେଠୁ ପୁଣି ନୂଆ ନାଟକ ହେଲା ତାଙ୍କର - "ତମେ ଯଦି ରାଜି ନହେଉଛ ତାହେଲେ ତମର ସାଙ୍ଗ,ସାଥି କିଏ ଥିବେ ତାଙ୍କୁ କୁହ । ଏମିତି ଯୋଗ ଯେ ସେଠି ବି ମୋ ପାଖରେ ଗୋଟିଏ ଝିଅ ଥାଏ,ସେ ଏସବୁ କଥା ଶୁଣିଲାପରେ ବି ରାଜି ହୋଇଗଲା । ମୁଁ ସେଉଠୁ ଫୋନ୍ କରି କହିଦେଲି କି "ସେ ପିଲା ତମର ସବୁ କଥାରେ ରାଜି । ସେ ତମ ନମ୍ବର ମାଗୁଛି । ସେ ଉତ୍ତରରେ କହିଲେ - "ନା, ଠିକ୍ ଅଛି ସେ ଝିଅ ନମ୍ବର ମତେ ଦିଅ ।" ମୁଁ ସେଉଠୁ ନମ୍ବର ଦେଲା ପରେ ସେ କ'ଣ କଥା ହେଲେ ମୁଁ ଆଉ ସେ ବିଷୟରେ କିଛି ବି ଜାଣେନା । ତା'ପରେ ଗୋଟିଏ ଦିନର ଘଟଣା,ମୋର ଘରକୁ ଆସିବାର ଥାଏ । ମୁଁ ଯେତେବଳେ କହିଲି ମୁଁ ଆସନ୍ତା କାଲି ଘରକୁ ଯିବି ସେ ଝିଅ ମତେ କହିଲା "ମୁଁ ବି ଯିବି ଘରକୁ । ଆମେ ଦୁଇଜଣ ସାଥି ହୋଇ ସକାଳେ ବାହାରିଯିବା " ମୁଁ କହିଲି "ଠିକ୍ ଅଛି ।" ବସ୍ରେ ଆସିବା ସମୟରେ ମତେ କହୁଛି କି "ଦିଦି ! ସେ ମ୍ଯୁଜିକ୍ ଡ଼ାଈରେକ୍ଟର ଆସୁଛନ୍ତି ମତେ ଦେଖା କରିବାକୁ ।" ମୁଁ କହିଲି - "ଠିକ୍ ଅଛି,କିଛି କଥା ନାହିଁ । ତୁ ଯାଇକି ଦେଖା କର୍, ମୁଁ ମୋର ଆମ ଗାଆଁ ବସ୍ ଧରିବି । ସେ କହିଲା -"ନା, ତମେ ମୋ ସହିତ ଚାଲ ।"ବହୁତ ବାଧ୍ଯ କଲାରୁ ମୁଁ ଗଲି ତା' ସହିତ । ସେଠି ତାକୁ ଦେଖି ତାହା ସହ କଣ କ'ଣ ସେ କଥା ହେଲେ ମୋ'ଠୁ କିଛି ବାଟ ଦୂରକୁ ଯାଇକି । ସେଉଠୁ ଆମେ ଦୁଇଜଣ ଆସିଲୁ, ସେ ଗଲା ତାଙ୍କ ଘରକୁ ଆଉ ମୁଁ ଆସିଲି ମୋ ଘରକୁ । ମତେ ପୁଣି ରାତିକି ଫୋନ୍ ଆସିଲା ଯେ -"ତମେ ଏମିତି ଗୋଟିଏ ଝିଅକୁ ଆଣିଥିଲ ଯେ ସେ ଯମାରୁ ରାଜି ହଉନି ମୋ କଥାରେ,କହୁଛି ମୋ ପାଇଁ ତମେ ଆଗ କାମ ବୁଝ ତାପରେ ଯାଇକି ଯାହା ।" ମୁଁ କହିଲି -ଦୟାକରି ମତେ ତା' ଭିତରକୁ ଟାଣନି ।" ସେଠୁ ପୁଣି କିଛିଦିନ ପରେ ନୂଆ ପ୍ଲାନ୍ କି ତାରା ତାରେଣୀ ସୁଟିଙ୍ଗ୍ ଚାଲିଛି, ଗୋଟିଏ ଝିଅ ଦରକାର ଅଛି ।" ମୁଁ କହିଲି "ସେ ଝିଅ ଫିଅ ମୁଁ ଆଣିକି ଦେଇ ପାରିବିନି କୋଉଠୁ ।" ସେ ମତେ ବୁଝେଇବାକୁ ଲାଗିଲେ କି "ତମେ ଚାହିଁଲେ ବି କରିପାରିବ ।" ମୁଁ କହିଲି "ସତରେ ନା ?" ସେ ହଁ ଭରିଲେ ଓ କହିଲେ - "ତା' ମାନେ ତମେ ମୋ ପ୍ରସ୍ତାବରେ ରାଜି ।" ମୁଁ କହିଲି - "ନା ଥାଉ,ମୋର ଅଭିନୟ କରିବାର ନାହିଁ ।" ଯେତେବଳେ ସବୁ ଯୋଜନା ଅସଫଳ ହେଲା ସେତବେଳେ ପୁଣି ନୂଆ ଯୋଜନା କଲେ । ସେ କହିଲେ - "ମୁଁ ସିନା ବାହା ହୋଇଛି,ହେଲେ ମୋ ସ୍ତ୍ରୀ ସହ ମୋର ଶୀରୀରିକ ସମ୍ପର୍କ ନାହିଁ ।" ମୁଁ ଏ କଥା ଶୁଣିଲା ପରେ ଭାବିଲି ଯେହେତୁ ସ୍ତ୍ରୀ ସହ ସମ୍ପର୍କ ନାହିଁ ଲୋକଟି ଆଉ ସମସ୍ତଙ୍କ ସହ ସମ୍ପର୍କ ରଖିବା ପାଇଁ ବୋଧ ହୁଏ ବ୍ଯାକୁଳ ହେଉଛନ୍ତି । ମୁଁ ସବୁ କଥା ଜାଣିବା ପାଇଁ ପଚାରିଲି ତାଙ୍କୁ । ସେ ମତେ କହିଲେ କି "ମୋ ସ୍ତ୍ରୀ ମା' ସନ୍ତୋଷୀଙ୍କର ପରମ ଭକ୍ତ । ବାହାଘରର ପ୍ରଥମ ସ୍ପର୍ଶରେ ଜାଣିଲି ଯେ ମା' ତାଙ୍କ ଦେହରେ ସଦାସର୍ବଦା ରୁହନ୍ତି । ସେବେଠୁ ସେ ଅଲଗା ରୁମ୍ରେ ମୁଁ ବି ଅଲଗା ରୁମ୍ରେ ରହୁ । ଏମିତି ଅନେକ କଥା କହିଲେ । ମୁଁ ସେ ସବୁ ଶୁଣିଲା ପରେ ଅବଶ୍ଯ ମତେ ଟିକେ କଷ୍ଟ ଲାଗିଲା,ମୁଁ ତାଙ୍କୁ କହିଲି "ତମେ ଚାହିଁଥିଲେ ଦ୍ବିତୀୟ ବିବାହ କରିପାରିଥା'ନ୍ତ ।" ସେ କହିଲେ "ଲୋକ କ'ଣ କହିବେ ମତେ ? ଗୋଟିଏ ସ୍ତ୍ରୀ ଥାଉ ଥାଉ ପୁଣି ଦ୍ବିତ୍ବୀୟ ବିବାହ ପାଇଁ ଇଛା କରୁଛନ୍ତି । ଆମର ମାନ ସମ୍ମାନ ଅଛି ଏ ସମାଜରେ, ସମସ୍ତେ ଜାଣନ୍ତି ମତେ । ଲୋକେ କଣ କହିବେ ଶୁଣିଲେ ? ଆମେ ଯାହା କରୁ ଏ ଲାଇନ୍ରେ ସବୁ ଭିତିରିଆ, ବାହାରେ କେହି କିଛି ଜାଣି ପାରନ୍ତିନି ।" ତଥାପି ମୁଁ ତାଙ୍କ ପ୍ରସ୍ତାବରେ ରାଜି ହେଲି ନାହିଁ, ତାଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କଲି । କହିଲି "ସବୁବେଳେ ସବୁ କାମରେ ସ୍ବାର୍ଥ ରଖି କାମ କରିବା ଠିକ୍ ନୁହଁ । ତମେ ଚାହିଁଲେ କେହି ଜଣେ କିଛି କରିପାରିବ ଓ ତା' ସ୍ବପ୍ନକୁ ପୂରଣ କରିପାରିବ । ଯେତେ ଆଗକୁ ଗଲେ ବି ସବୁବେଳେ ତମରି ନାଁ ଚାରିଆଡେ କହୁଥିବ,ତା'ଠୁ ଖୁସି ଓ ଗୌରବ ଆଉ କ'ଣ ହୋଇ ପାରେ ?" "ନା,ମତେ ନବୁଝେଇ ତମେ ବୁଝିବା ଦରକାର ଯେ ଏଇଟା ସାମାନ୍ଯ କଥା ଆଜି କାଲିର ଝିଅଙ୍କ ପାଇଁ " - ସେ ବହୁତ ଉତ୍ତେଜିତ ହୋଇକି କହିଲେ । ପୁନରାୟ କହିଲେ -"ମୁଁ ତମକୁ ମନା କରିଦେଲି ମାନେ ତମେ କେବେ ବି ଅଭିନୟ କରିପାରିବ ନାହିଁ । ତମକୁ ମୋର ଚ୍ଯାଲେଞ୍ଚ ରହିଲା ।" ତା'ପରେ ବି ମତେ ବହୁତ ସୁଯୋଗ ମିଳିଛି,ହେଲେ ମନ ଚାହିଁଲାନି । ଆଉ ପୁଣି ଏମିତି ଯୋଗ ଯେ ଅନେକ ଦିନ ପରେ ଦିଦିଙ୍କ ସହ ମୋର ଭେଟ ହେଲା ପରେ ନିରୋଳାରେ ବସିକି ତାଙ୍କୁ ସବୁ କଥା କହିଲି । ସେ ଏକଥା ଶୁଣିଲା ପରେ ମତେ କହିଲେ -"ସେ ପରା ବାହା ହୋଇଛନ୍ତି, ଦେଖିବ ତାଙ୍କ ଫଟୋ ?" ସେ ମତେ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ଫୋଟ ଦେଖାଇଲେ ତାଙ୍କ ପୁଅଙ୍କ ପାଇଁ ବାହାଘର ପ୍ରସ୍ତାବ ଖୋଜୁଛନ୍ତି ସେ । ସେଥିଲାଗି ତାଙ୍କ ପରିବାର ଫୋଟ ଦାଇଛନ୍ତି ଫେସବୁକ୍ରେ ।
ଏ ହେଉଛି ମଣିଷର ପ୍ରକୃତି ।
"ମଣିଷ ପ୍ରକୃତି ମଲେ ତୁଟେ,
ଘୁଷୁରି ପ୍ରକୃତି ପଙ୍କେ ଲୋଟେ ।"
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।