7/05/2019

🏰ଭାବଗ୍ରାହୀ -୪🏰

...................
ପଦ୍ମାଳୟା ମିଶ୍ର  

ବଡ଼ ମୁହଁ ବଡ଼ ଆଖି
ବଡ଼ ଦାଣ୍ଡ ତୋର
ବଡ଼ ଘର ବଡ଼ ନେତ
ବଡ଼ ସିଂହଦ୍ଵାର ।

ବଡ଼ ଭୋଗ ବଡ଼ ହାଣ୍ଡି
ବଡ଼ ପାକଶାଳା
ସବୁ ବଡ଼ ମଧ୍ୟେ ତୋର
ଭକ୍ତ ପ୍ରେମ ଲୀଳା ।
ଜାଣିଛି ମୁଁ କଦାପି ତୋ' ବଡ଼ ଭକ୍ତ ନୁହେଁ
ତଥାପି କାଳିଆ ତୋର କୃପା ଟିକେ ଚାହେଁ ।।

ସମ୍ପାଦିକା - ହରିବୋଲ ହୁଳହୁଳି 
                 (ପୁରୀ)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।