ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ମୋ ବାପାଙ୍କୁ ସିନା ମୁଁ ଡରୁଥିଲି
ମୋତେ ଦେଖି ଜମା ଡରୁନି ପୁଅ ।
ପଚାରିଲେ କହେ କାହିଁକି ଡରିବି
ତମେ ମୋର କୋଉ କାମକୁ ନୁହଁ ll
ମୋଟ୍ର ସାଇକେଲ କିଣିବା କହିକି
କିଣି ଆଣିଦେଲ ଟିଭିଏସ୍ ଲୁନା l
ସେଇଥିରେ ଚଢ଼ି ଗାଆଁ ଗାଆଁ ବୁଲି
ବିକିବି କୁହ କି ମାଣ୍ଡିଆ ଚୁନା ?
ଫୋର ଜି ଫୋଅନ ଆଣିବା ବଦଳେ
ମୋତେ ଦେଇଅଛ ଟୁଉ ଜି ସେଟ l
ସେଥିରେ ତ ଜିଓ ନେଏଟ ଚାଲୁନି
କେମିତି କରିବି ହ୍ବାଟ୍ସଆପ୍ ଚାଟ ll
ବୋଉ ମୋର ଭଲ କରେ ଭାରି ଗେଲ
ଲୁଚେଇ କି ଦିଏ ଟିଫିନ ଟଙ୍କା l
ଟଙ୍କା ଦେବା କଥା ନାଆଁଟା ଶୁଣିଲେ
ତୁମ ମୁହଁ ହୁଏ ଧାନୁଆ ଲଙ୍କା ll
କାମରୁ ଫେରିଲେ ଗରଗର ହୋଇ
ଚଢି ଯାଉଅଛ ୟା' ତା' ପରେ l
ପାଠ ପଢିବାକୁ ସବୁ ବେଳେ କୁହ
ମୁଁ ମଣିଷ ନା ମେସିନ୍ଟା କିରେ ?
ତମ ଯୋଗୁ ବାପା ସାଙ୍ଗ ଗୁଡା ମୋତେ
ଚିଡ଼ାଉ ଅଛନ୍ତି ନାଲିଆ ଚୁଡ଼ା l
ଥଟ୍ଟାରେ କୁହନ୍ତି ବୋଝ ବୋହି ବୋହି
ବାପା ତୋର ଗୋଟେ ନିପଟ ହଡା ll
ସବୁ କଥା ଶୁଣି ପୁଅ କୁ କହିଲି
ବାପା ହେଲେ ଯାଇ ବୁଝିବୁ ବଳେ l
ସେ ଦିନଟା ତୋର ପାଖେଇ ଆସୁଚି
ଜାଣିଯିବୁ ଟଙ୍କା କୋଉଠି ଫଳେ ll
ଡ଼ିଆ - ନିରାକାରପୁର - ଖୋର୍ଦ୍ଧା
ଜୟ ସାହିତ୍ୟ, ଜୟ ସମାଜ
ମୋ ବାପାଙ୍କୁ ସିନା ମୁଁ ଡରୁଥିଲି
ମୋତେ ଦେଖି ଜମା ଡରୁନି ପୁଅ ।
ପଚାରିଲେ କହେ କାହିଁକି ଡରିବି
ତମେ ମୋର କୋଉ କାମକୁ ନୁହଁ ll
ମୋଟ୍ର ସାଇକେଲ କିଣିବା କହିକି
କିଣି ଆଣିଦେଲ ଟିଭିଏସ୍ ଲୁନା l
ସେଇଥିରେ ଚଢ଼ି ଗାଆଁ ଗାଆଁ ବୁଲି
ବିକିବି କୁହ କି ମାଣ୍ଡିଆ ଚୁନା ?
ଫୋର ଜି ଫୋଅନ ଆଣିବା ବଦଳେ
ମୋତେ ଦେଇଅଛ ଟୁଉ ଜି ସେଟ l
ସେଥିରେ ତ ଜିଓ ନେଏଟ ଚାଲୁନି
କେମିତି କରିବି ହ୍ବାଟ୍ସଆପ୍ ଚାଟ llବୋଉ ମୋର ଭଲ କରେ ଭାରି ଗେଲ
ଲୁଚେଇ କି ଦିଏ ଟିଫିନ ଟଙ୍କା l
ଟଙ୍କା ଦେବା କଥା ନାଆଁଟା ଶୁଣିଲେ
ତୁମ ମୁହଁ ହୁଏ ଧାନୁଆ ଲଙ୍କା ll
କାମରୁ ଫେରିଲେ ଗରଗର ହୋଇ
ଚଢି ଯାଉଅଛ ୟା' ତା' ପରେ l
ପାଠ ପଢିବାକୁ ସବୁ ବେଳେ କୁହ
ମୁଁ ମଣିଷ ନା ମେସିନ୍ଟା କିରେ ?
ତମ ଯୋଗୁ ବାପା ସାଙ୍ଗ ଗୁଡା ମୋତେ
ଚିଡ଼ାଉ ଅଛନ୍ତି ନାଲିଆ ଚୁଡ଼ା l
ଥଟ୍ଟାରେ କୁହନ୍ତି ବୋଝ ବୋହି ବୋହି
ବାପା ତୋର ଗୋଟେ ନିପଟ ହଡା ll
ସବୁ କଥା ଶୁଣି ପୁଅ କୁ କହିଲି
ବାପା ହେଲେ ଯାଇ ବୁଝିବୁ ବଳେ l
ସେ ଦିନଟା ତୋର ପାଖେଇ ଆସୁଚି
ଜାଣିଯିବୁ ଟଙ୍କା କୋଉଠି ଫଳେ ll
ଡ଼ିଆ - ନିରାକାରପୁର - ଖୋର୍ଦ୍ଧା
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।