କୈଳାସ ଚନ୍ଦ୍ର ପାଢ଼ୀ
ବେଳୁଁ ବେଳ ରବି କିରଣହେଲା ଅତି ପ୍ରବଳ, ଚାହୁଁ ଚାହୁଁ ପ୍ରାଣୀ ଜଗତେ
ପଡି଼ଗଲା ଚହଳ ।
କିବା ଚିତ୍ରଭାନୁ ଭାନୁଙ୍କ
ତେଜେ ପ୍ରକାଶ ହୋଇ,
ଆସଇ କରାଳ ମୂର୍ତ୍ତିରେ
ଧରା ଗ୍ରାସିବା ପାଇଁ ।
ଝରଝର ହୋଇ ଅଙ୍ଗରୁ
ଝରିଲା ସ୍ବେଦ ନୀର,
ସିକ୍ତ ହେଲା ପିନ୍ଧାବସନ
ଗ୍ରୀଷ୍ମ ତାପେ ଜର୍ଜର ।
ହୋଇଲେ ପଥୁକି ଲୋଡି଼ଲେ
ପୁଣି ପାଦପ ଛାୟା,
ଛାୟାରେ କି ଶାନ୍ତି ମିଳଇ
ଝାଞ୍ଜି ଦହଇ କାୟା ।
ସବୁରି ବଦନୁଁ ସ୍ଫୁରିଲା
ରଖ ହେ ମହାବାହୁ,
ଜୀବନ୍ତ ଦଗଧ ହୋଇଲୁ
ରଖିବ ଅବା କେହୁ।
ଏହିକି ସୃଷ୍ଟିର ନିୟମ
ଦୁଃଖ କାଳେ ସରବେ,
କାତରେ ଯାଆନ୍ତି ସରବେ
ବିଭୁ ଶ୍ରୀପଦେ ଲବେ ।
ସୁଖକାଳେ ମୂଢ ମତିରେ
ସର୍ବେ ହୋନ୍ତି ନାସ୍ତିକ,
ସଙ୍କଟ କାଳରେ ଭାଙ୍ଗଇ
ଆତ୍ମ ବଡି଼ମା ଟେକ ।
ଚରଣ ଚୂଟିଆ ନୀତି ଏ
କେବେ ନୁହଁଇ ଭଲ,
ଜଗତର ସ୍ବାମୀ ଏହାଙ୍କୁ
କାଳେ ହୁଅନ୍ତି ଶଲ ।
କ୍ରମଶଃ.............।।
କୁମାରପୁର - ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।