ସୁପ୍ରଭା ସାମଲ
ବର୍ଷା ଯେବେ ଝରି ପଡ଼ୁଥାଏ
ଝରକା ସେପାଖେ ହଠାତ ଜୀବନ୍ୟାସ ପାଇ
ଚେଇଁ ଉଠନ୍ତି କେବେଠୁ
ଛାତି ତଳେ ସମାଧି ନେଇ ସାରିଥିବା
ମୋ ନିରୀହ ଇଛାମାନେ... !
ଖୁବ ଭୋଗୁଛି ଆଜିକାଲି ମନ ବୁଝି ପାରୁନ ଥିବା ଲୋକକୁ
ହୃଦୟ ଦେଇ ଦେବାର ଯନ୍ତ୍ରଣା I
ଗୋଟିଏ ନଈର ସେ ନିରବ ଆକୁଳତାକୁ
କେବେ କଣ ବୁଝିପାରିଥାଏ ସମୁଦ୍ର
ତା 'ଭିତରେ ଯେ ହଜାର ନଈର ଶୋଷ... !
ତମ ପ୍ରେମର ପୃଥିବୀରେ ଏବେ ଆଉ କା'ର ପାଦ ଚି଼ହ୍ନ...
ଯେଉଁଠି ମୁଁ ଗୋଟେ ଅଲୋଡ଼ା ଅତୀତ �
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।