ଶ୍ରୀପତି ସାହୁ
ମୋ ଓଡିଶା ମୋ ଓଡିଆ ବାଣୀମୋ ଓଡିଶା ନଈ ନାଳ
ମୋ ଓଡିଶା ବାଟ ମୋ ଓଡିଶା ଘାଟ
ମୋ ଓଡିଶା ପିଠା ପଖାଳ
ମୋ ଓଡିଆ ଭାଷା ମୋ ମିଠା ସାହିତ୍ୟ୍
ମୋ ଅମୂଲ୍ୟ ଭାଗବତ
ମୋ ମଠ ମନ୍ଦିର ମୋର ସ୍ଵର୍ଗଦ୍ଵାର
ମୋ ପୁରାଣେ ନିଗମ ତତ୍ତ୍ଵ
ମୋ ଓଡିଶା ମଉସା ଅକ୍ଲାନ୍ତ ସୈନିକ
ମୋ ଓଡ଼ିଶା ମାଉସୀ ସ୍ନେହୀ
ମୋ ଓଡିଶା ଆଈମା ଗପ କହ଼ୁଥିଲେ
ରାତି ଦିନ ସରେ ନାହିଁ
ମୋ ଓଡିଶା ଭଉଣୀ ଶ୍ରଦ୍ଧାର କାହାଣୀ
ମିଠା ମିଠା ଆତ୍ମିୟତା
ତା ମିଠା ଝଗଡ଼ା ସ୍ନେହର ଅବଢ଼ା
ବୁଝି ପାରେ ମନକଥା
ମୋ ଓଡିଶା ଭାଇ ଭାରି ସ୍ୱାଭୀମାନୀ
ସହି ପରେ ସବୁ ଦୁଃଖ
ଜୀବନ ଯୁଦ୍ଧର ଅସମ୍ଭବ ଯୋଦ୍ଧା
କଳା କୌଶଳ ଦକ୍ଷ
ମୋ ଓଡିଶା "ବୋଉ"ର ପଣତକାନିରେ
ସାତ ସାଗରର ମମତା
ତା କୋଳରେ ଟିକେ ମୁଣ୍ଡଗୁଞ୍ଜି ଦେଲେ
ଭରି ଯାଏ ଭବବ୍ୟଥା..... (କ୍ରମଶଃ)...
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।