ସମ୍ବିତ ପ୍ରିୟଦର୍ଶୀ ପଣ୍ଡା
ଝୁରୁଛି,
ମୁଁ ଖୁବ ଝୁରୁଛି,
ମୋ ହଜିଲା ପୃଥିବୀକୁ ।
କେଁ କେଁ ବେଙ୍ଗ ରଡି,
ଟପ ଟପ ବର୍ଷା ପାଣି,
ଝୀଂ ଝୀଂ ଝିଙ୍କାରି,
ଲହରିଆ ଶାଗୁଆ କ୍ଷେତ,
ସାଇଁ ସାଇଁ ଚଇତାଳି,
ଆଷାଢ଼ ର ରଜଦୋଳି ।
ମୁଁ ଖୁବ ଝୁରୁଛି,
ଝୁରୁଛି,
ମୋ ହଜିଲା ପୃଥିବୀକୁ ।
ପୋଖରୀ ହୁଡ଼ାର କନିସିରି,
ଅଭଡ଼ା ସଙ୍ଗାତ ସାଙ୍ଗେ ବୋହୁଚୋରି,
ମା' ହାତ ରନ୍ଧା ଚକୁଳି...
ମୁଁ ଖୁବ ଝୁରୁଛି.....
ମୋ ହଜିଲା ଅତୀତ,
କାଗଜ ବୋଇତ,
ତାଳ ପୋଡ଼ ପିଠା,
କଞ୍ଚା କେନ୍ଦୁ ଅଠା,
ମିଠା ପଇଡ଼ ପାଣି,
ଉଞ୍ଚା ବାଉଁଶ ଶେଣୀ,
କାହ୍ନୁ ସାରଙ୍କ ବେତ ମାଡ଼,
କୋଠ ପୋଖରୀର କେନ୍ଦୁ ନାଡ,
ବାପାଙ୍କ ଆକଟ,
ଦାଢିଆ ବାଆଜୀର ଟାଆଁସିଆ ଜଟ,
ବଣିଆ ସାହି ମିଟୁ,
କୂଅରେ ପଡିଲା ଚଟୁ,
ତୋ ବିଦ୍ୟାରାଣ ଫିଟୁ...
ଝୁରୁଛି
ମୁଁ ଖୁବ ଝୁରୁଛି
ମୋ ହଜିଲା ପୃଥିବୀକୁ ।
ଜୟ ସାହିତ୍ୟ, ଜୟ ସମାଜ
ଝୁରୁଛି,ମୁଁ ଖୁବ ଝୁରୁଛି,
ମୋ ହଜିଲା ପୃଥିବୀକୁ ।
କେଁ କେଁ ବେଙ୍ଗ ରଡି,
ଟପ ଟପ ବର୍ଷା ପାଣି,
ଝୀଂ ଝୀଂ ଝିଙ୍କାରି,
ଲହରିଆ ଶାଗୁଆ କ୍ଷେତ,
ସାଇଁ ସାଇଁ ଚଇତାଳି,
ଆଷାଢ଼ ର ରଜଦୋଳି ।
ମୁଁ ଖୁବ ଝୁରୁଛି,
ଝୁରୁଛି,
ମୋ ହଜିଲା ପୃଥିବୀକୁ ।
ପୋଖରୀ ହୁଡ଼ାର କନିସିରି,
ଅଭଡ଼ା ସଙ୍ଗାତ ସାଙ୍ଗେ ବୋହୁଚୋରି,
ମା' ହାତ ରନ୍ଧା ଚକୁଳି...
ମୁଁ ଖୁବ ଝୁରୁଛି.....
ମୋ ହଜିଲା ଅତୀତ,
କାଗଜ ବୋଇତ,
ତାଳ ପୋଡ଼ ପିଠା,
କଞ୍ଚା କେନ୍ଦୁ ଅଠା,
ମିଠା ପଇଡ଼ ପାଣି,
ଉଞ୍ଚା ବାଉଁଶ ଶେଣୀ,
କାହ୍ନୁ ସାରଙ୍କ ବେତ ମାଡ଼,
କୋଠ ପୋଖରୀର କେନ୍ଦୁ ନାଡ,
ବାପାଙ୍କ ଆକଟ,
ଦାଢିଆ ବାଆଜୀର ଟାଆଁସିଆ ଜଟ,
ବଣିଆ ସାହି ମିଟୁ,
କୂଅରେ ପଡିଲା ଚଟୁ,
ତୋ ବିଦ୍ୟାରାଣ ଫିଟୁ...
ଝୁରୁଛି
ମୁଁ ଖୁବ ଝୁରୁଛି
ମୋ ହଜିଲା ପୃଥିବୀକୁ ।
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।