7/05/2019

ପକ୍ଷୀ

ବସନ୍ତ କୁମାର ପାଣିଗ୍ରାହୀ

ତୁମେ ଅଛ
ତୁମେ ଅଛ ବୋଲି
ମୁଁ ଅଛି ଏବଂ ଆନମାନେ ଅଛନ୍ତି ।
ପକ୍ଷୀ ପରି ମୁଁ
ଡେଣା ଝାଡି ଉଡି ଗଲାବେଳେ
ପକ୍ଷୀ କାହାର ନୁହଁ ।

ସବୁବେଳେ ଜଙ୍ଗଲରେ
ଏବଂ ଉଡିଗଲା ବେଳେ
ଶୂନ୍ୟ ଆକାଶରେ ଗୀତ ଗାଉଥିବା
ପକ୍ଷୀ ମାୟା ଜାଣେନା ।

ସବୁବେଳେ ଗୀତ ଗାଉଥିବା
ପକ୍ଷୀ ଭାରି ନୀରିହ
ହଠାତ୍ ଦଲକାଏ ଥଣ୍ଡା ପବନ
ବହିଯିବା ପରି ସେ ଉଡିଯାଏ ।

ତୁମେ ଅଛ ବୋଲି
ଏ ପକ୍ଷୀର ଉଡାଣ କଥା
ସମସ୍ତେ ଜାଣିଛନ୍ତି ।
ଜଙ୍ଗଲରେ ପକ୍ଷୀର କିଚିରିମିଚିରି
କଳରୋଳ ସଂସାର ନାମକୁ ମାତ୍ର ।

ଉଡିବା ବେଳେ ପକ୍ଷୀ
କି ଗୀତ ଗାଏ  ?
ଜୀବନ ସଙ୍ଗୀତ ହୋଇ ନଥିବ  ?

ତୁମେ ଜାଣିଛ -
ତୁମେ ଅଛ ବୋଲି ତ
ଏତେ ଏତେ କଥା ଘଟିଯାଏ ।
ସେତେବେଳେ ପକ୍ଷୀ
''ମୁଁ ମୋର". ହୋଇ ନଥାଏ।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।