7/05/2019

ବୋଉ

କଣ୍ଡୁରୀ ଚରଣ ରାଉତ
ପଣତ ତାହାର ଅତି ଆପଣାର   
ବସନ୍ତର ଫୁଲବନ 
ବସୁମତୀ ପରି ସହନଶୀଳା ସେ 
ବିଶାଳ ଅଟେ ତା ମନ । 
ପଣତରୁ ତା'ର ଝରୁଥାଏ ସଦା 
ଅସରନ୍ତି ଶତଦଳ
 ବାଣ୍ଟି ଚାଲିଥାଏ ସପ୍ତସିନ୍ଧୁ ସ୍ନେହ 
ଶୁଭାଶିଷ ସୁଧା ଫଳ । 
ସନ୍ତାନ ମଥାର ଆକାଶରେ ଢାଙ୍କେ 
ପଣତ ଚାନ୍ଦୁଆ କରି 
ସକାଳରୁ ସଞ୍ଜ ଅନବରତ ସେ                                        
ଘୁରୁଥାଏ ନଟୁ ପରି । 
ସସାଗରା ଧରା ସଂସାର ସଂପଦ 
ଭୂମିରୁ ଭୂମାକୁ ଛୁଇଁ
 ଫୁଲରେ ସଜାଏ ଅଞ୍ଚଳ ଆଞ୍ଜୁଳି 
ପିଲାପିଲି ସୁଖ ପାଇଁ ।
ସହକାରୀ ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ମୋ.-୯୯୩୭୯୮୨୮୪୬ / ୭୯୭୮୭୫୦୭୮୦
ଇମେଲ୍-routkanduricharan69@gmail.com
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।