7/05/2019

ରଜ

ପୁଷ୍ପଲତା ମହାପାତ୍ର 
ରଜ ଆସିଛି ଆଷାଢ଼ର ଓଢ଼ଣୀ ତଳେ ,
ମେଘ ପାଲିଙ୍କିରେ ବସି ଟୋପା ଟୋପା ବର୍ଷା ବିନ୍ଦୁରେ ।
ଓଦା ମାଟିର ଭୁରୁ ଭୁରୁ ଗନ୍ଧରେ,
ରଜ ଆସିଛି ଗୋପିଆ ଚାଷୀର ହସରେ ,
ଚାତକ ପକ୍ଷୀର ଶୋଷରେ ।
ଋତୁମତୀ ଧରା ଥିଲା ବର୍ଷା ବିଭୋର ,
 ଆନମନା ହେଉଥିଲା ମନ ମୋର ,
ଆଷାଢ଼ର ପହିଲି ସ୍ପର୍ଶରେ.....
ନାଲି ଟୁକୁ ଟୁକୁ ସାଧବ ବୋହୂର ଦୃଶ୍ଯରେ ।
ଆଦ୍ୟବର୍ଷାର ପ୍ରଥମ ଛୁଆଁରେ...
ଫୁଟୁଥିବା ଘାସଫୁଲ ଘାସ ବୁଦାରେ ,
ରଜ ଆସିଛି  ଟିପି ଟିପି ଚନ୍ଦନ ଟୋପାରେ..
 ପୋଡପିଠାର।ମହକିତ ବାସ୍ନାରେ..
ମିଠା ମିଠା ସୁଗନ୍ଧିତ ରଜ ପାନରେ ।
ବନସ୍ତେ ଡାକିଲା ଗଜ ,ବରଷକେ ଥରେ ଆସିଛି ରଜର ଗୀତରେ ।
ଦୋଳିଖେଳ ସାଙ୍ଗ ସାଥୀ ମିତରେ ,
 ରଜ ଆସିଛି ତାସ୍ ଖେଳର ଡାକରେ
ଆଉ ଡାଳ ମାଙ୍କୁଡି ଖେଳରେ ।
ନୂଆ ବୋହୂର ରଜ ଭାରରେ ,
ଆଉ ଲାଜଲାଜ ହସରେ ।
 ରଜ ଆସିଛି ,
ମୌସୁମୀର କଅଁଳ ପରଷ ଭିଜାରେ ,
 କୁଆଁରୀ ମନର ସ୍ବପ୍ନରେ ।
ରଜ ଆସିଛି ଝଡ଼।ପରର ନିରବତା ନେଇ ଧାରା ଶ୍ରାବଣର ଧାରାରେ ।
ଶ୍ରାବଣୀର ଛଳ ଛଳ ଆଖିରେ ।
 ରଜ ଆସିଛି  ,
 ଭିଜେଇ ମୋ ମନ ,ପ୍ରାଣ ,ଦେହ ତୁହାକୁ ତୁହା ବର୍ଷା ରେ ।
 ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର
ମାତୃବିହାର କଳାପଥର (କଟକ)

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।