ଅସିତ୍ କୁମାର
ଇପ୍ସିତ କାବ୍ୟକୁ କ୍ୟାନଭାସରେ ଆଙ୍କିବାକୁକେବେ କୁହନ୍ତାକି ତୁମ ରସାଳିତ ଲିପ୍ସା ମୋତେ ଥରେ...
କିନ୍ତୁ କେବେ କୁହେ ନାହିଁ ...
ମନେ ସୃଜି ନାହଁଁ ଅସୁମାରୀ ସ୍ୱପ୍ନର ଲହରି।।
କବିତା ତ ଏକ ଉଜୁଡା ବସନ୍ତର ଫଗୁ
କହି ଚାଲିଯାଅ ଭାବନାକୁ ମୋର କ୍ଷତାକ୍ତ କରି...
ଆଜି ମୁଁ ଅଛି ସଂଜୀବିତ..
କିନ୍ତୁ ;ମୃତ୍ୟୁର ଉଷ୍ମ ଆଲିଙ୍ଗନ ପରେ
ଜହ୍ନରେ ରହି ସ୍ମୃତିକୁ ତୁମ ପାଥେୟ କରି
ଲେଖି ଲେଖି ଚିରିଦେବି ତୁମ ସ୍ମୃତିର ରେଶମୀ ଫର୍ଦ୍ଦ ମାନ।।
ତୁମ ସ୍ବପ୍ନ ଅନ୍ତରାଳେ ମୋ ସିକ୍ତ ଜ୍ୟୋସ୍ନା ଭରି ଦେଇ
ନୀତି ତୁମକୁ ବିରାଜିବି ପାରିଜାତ ପୁଷ୍ପବନରେ....
ଯେଉଁଠି ଆମ ବର୍ତ୍ତମାନରେ ମାଟି ଚୁମିବାକୁ ଆକାଶ ବ୍ୟାକୁଳ
କାମନା ବାସ୍ନାରେ ଭ୍ରମର ଭ୍ରମିତ ପୁଷ୍ପର ସାନିଧ୍ୟ ପାଇଁ
ଆଉ ତୁମେ ହେଉଥିବ ସମ୍ମୋହିତ,ପ୍ରଶମିତ
ଦୂର ଦିଗ୍ବଳୟରେ ରୁଣୁଝୁଣୁ ସଂଗୀତର ମଧୁଛନ୍ଦା ମୁର୍ଛନାରେ।।
ସ୍ବପ ରଙ୍ଗମହଲରୁ ତୁମର ପ୍ରତ୍ୟାବର୍ତ୍ତନ ପରେ
ଆମ ପ୍ରୀତିସୌଧକୁ ପୂଜୁଥିବି ନିରବରେ...
ପୁଣି ଏକ ନିଷିଥକୁ ଚାହିଁଥିବି ପ୍ରତୀକ୍ଷିତ ଦୃଷ୍ଟିରେ
ତୁମ ଆଗମନକୁ, ମୋ ସ୍ବପ୍ନରାଜ୍ୟକୁ
ବନ୍ଦି କରିବାକୁ ବାହୁବନ୍ଧନରେ, ପ୍ରେମ ପିଆଲାରେ ।।
ଭାବେ ଚାଲିଯିବି ଦୁରେ ସାଥେ ନେଇ
ତୁମ ସ୍ନେହ ସ୍ମୃତି ଆଉ ପ୍ରୀତି...
ରାତି ପହିଯାଏ , ସ୍ବପ୍ନ ହଜି ଯାଏ
କାଊ ରାବ ଦିଏ , ନିଦ ଖୋଲି ଯାଏ
ଆକାଶରେ ଦେଖେ ସୂର୍ଯ୍ୟ ଉଇଁଲାଣି
ସ୍ବପ୍ନ ତ କେବେ ସତ ହୁଏ ନାହିଁ,..
ତଥାପି ମନ ବୁଝେନା ,ଜାଣେନା କାହିଁ ପାଇଁ........
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।