7/05/2019

ଭୂଲ୍‌

                                                            ଜଗନ୍ନାଥ ଜେନା (ଶିକ୍ଷକ)
ଭୂଲ୍‌ ତ ମୁଁ କରିଗଲି ଏ ଜୀବନ ସାରା 
ମରୁଭୂମିରେ ଖୋଜିଲି  ମନ୍ଦାକିନୀ ଧାରା ।
ଅମାବାସ୍ୟା ଆକାଶକୁ ମାଗିଲି ମୁଁ ଜହ୍ନ
ପଥରଠୁ ଆଶା କଲି ଫୁଲ ପରି ମନ ।
କାଲ ଆଗେ ତୋଳିଲି ମୁଁ ସ୍ୱରର ଝଙ୍କାର
ଅନ୍ଧ ଆଗେ ଦେଖାଇଲି ରୂପର ସମ୍ଭାର  ।     
ଶତ୍ରୁ ଆଗେ କହିଗଲି ଯେତେ ଦୁଃଖ କଥା
ଜୀବନର ଯାହା କିଛି ଦୋଷ ଦୁର୍ବଳତା ।
ଡାମରା କାଉକୁ ରଖି ସୁନାପଞ୍ଜୁରୀରେ
ଶିଖାଇଲି ରାମ ରାମ କୃଷ୍ଣ କୃଷ୍ଣ ହରେ ।
ଥକି ଗଲି ସବୁଠାରେ  ମୋର ପରାଜୟ 
ଭୁଲ୍‌ ବୁଝିବା ବେଳକୁ ସରିଛି ସମୟ ।

                                                                              କେନ୍ଦୁଝର 

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।