ବିଭୁତି ଭୂଷଣ ତ୍ରିପାଠୀ

ମୁଁ ଗୋଡିଟେ
ଧରିଲେ ଦୋଷ
ତାକୁ
ଫୋପାଡି ଦେଲେ ବି ଦୋଷ,
ମୋର ଚପଲ
ପିନ୍ଧିବାରେ ଦୋଷ
ଓହ୍ଲାଇ
ରଖିବାରେ ବି ଦୋଷ
ହାତ ଗୋଡ଼
ନ ଧୋଇଲେ ଦୋଷ.....
ତେଣୁ ଧୋଇଲି...
ସେଥିରେ ବି ଦୋଷ,
ଏମିତିରେ ଯଦି
ମୋର କିଛି ବି
ଅସୁବିଧା ହେଲା
ପୁଣି ସେସବୁ
ମୋ ବୋଉର ଦୋଷ .....
ମୁଁ ସେତେବେଳେ
ଡରି ଯାଉଥିଲି
ରାଗି ଯାଉଥିଲି
ନିଜକୁ ବି ସଜାଡୁ ଥିଲି
କିନ୍ତୁ
ଏବେ ବଡ଼ ହେବାରୁ ଜାଣୁଛି
ଉପଗ୍ରହଟେ
ଅନ୍ତରୀକ୍ଷରେ ଅବସ୍ଥାପିତ କରିବାକୁ
ବୈଜ୍ଞାନିକଙ୍କ
ନିର୍ଭୂଲ ହିସାବ ଠୁ
ଆହୁରି ନିର୍ଭୂଲ ହିସାବରେ
ଜିଏ ନିଜେ
କଷି ହୋଇ
ଜୀବନ ଦେଇ
ମୋ ପାଇଁ ପିଇ ଚାଲିଛନ୍ତି
ସମୁଦ୍ର ସମୁଦ୍ର ଦୋଷ,
ସାଜିଛନ୍ତି ନିଳକଣ୍ଠ
ମୋ ପାଇଁ
ରଚିବାକୁ
ଅମୃତର ପୃଥିବୀ ଓ ଆକାଶ।।
ସେ ମୋ
ନନା ।।।(ବାପା) ।।।
ଓଷକଣା, ନାଉଗାଁ, ଜଗତସିଂହପୁର
ଫୋ - ୯୯୩୮୩୯୦୬୦୧
ଜୟ ସାହିତ୍ୟ, ଜୟ ସମାଜ

ମୁଁ ଗୋଡିଟେ
ଧରିଲେ ଦୋଷ
ତାକୁ
ଫୋପାଡି ଦେଲେ ବି ଦୋଷ,
ମୋର ଚପଲ
ପିନ୍ଧିବାରେ ଦୋଷ
ଓହ୍ଲାଇ
ରଖିବାରେ ବି ଦୋଷ
ହାତ ଗୋଡ଼
ନ ଧୋଇଲେ ଦୋଷ.....
ତେଣୁ ଧୋଇଲି...
ସେଥିରେ ବି ଦୋଷ,
ଏମିତିରେ ଯଦି
ମୋର କିଛି ବି
ଅସୁବିଧା ହେଲା
ପୁଣି ସେସବୁ
ମୋ ବୋଉର ଦୋଷ .....
ମୁଁ ସେତେବେଳେ
ଡରି ଯାଉଥିଲି
ରାଗି ଯାଉଥିଲି
ନିଜକୁ ବି ସଜାଡୁ ଥିଲି
କିନ୍ତୁ
ଏବେ ବଡ଼ ହେବାରୁ ଜାଣୁଛି
ଉପଗ୍ରହଟେ
ଅନ୍ତରୀକ୍ଷରେ ଅବସ୍ଥାପିତ କରିବାକୁ
ବୈଜ୍ଞାନିକଙ୍କ
ନିର୍ଭୂଲ ହିସାବ ଠୁ
ଆହୁରି ନିର୍ଭୂଲ ହିସାବରେ
ଜିଏ ନିଜେ
କଷି ହୋଇ
ଜୀବନ ଦେଇ
ମୋ ପାଇଁ ପିଇ ଚାଲିଛନ୍ତି
ସମୁଦ୍ର ସମୁଦ୍ର ଦୋଷ,
ସାଜିଛନ୍ତି ନିଳକଣ୍ଠ
ମୋ ପାଇଁ
ରଚିବାକୁ
ଅମୃତର ପୃଥିବୀ ଓ ଆକାଶ।।
ସେ ମୋ
ନନା ।।।(ବାପା) ।।।
ଓଷକଣା, ନାଉଗାଁ, ଜଗତସିଂହପୁର
ଫୋ - ୯୯୩୮୩୯୦୬୦୧
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।