7/05/2019

ସାରା ଆକାଶ ତୁମର

ଗାୟତ୍ରୀ ଭୋଇ

ମୁଁ ଆଉ ଦେଖି ପାରିବିନି ତୁମ ଆଖିରେ                                                
ଲୁହ ଟୋପାଏ ,ସହି ପାରିବିନି
ତୁମ ଉଦାସ ଚେହେରା ।
ଦୁଃଖ ବୋଲି କିଛି ନାହିଁ ଏ ଦୁନିଆରେ 
ଯଦି କିଛି ଅଛି …ତାହାଲେ 
ମୁଁ ନେଇ ଯାଉଛି ତୁମ ଭାଗର ସବୁ ଦୁଃଖ ,
ତୁମେ ମୋର ସମଗ୍ର ଖୁସି ନେଇଯାଅ ।
ଏବେଠାରୁ ଲୁହ ପୋଛି ଦିଅ 
ଆଉ ହଁ …ଏଇ ଶେଷ ଦୁଇ ବୁନ୍ଦା ଲୁହକୁ 
ସାଇତି ରଖିଦିଅ ଶେଷ ସନ୍ତକ ଭାବରେ ।
ମୁଁ ଆଜି ମୋ ଖୁସିର ଆକାଶକୁ 
ତୁମ ନାଁ ରେ ଲେଖିଦେଲି ,
ଯଦି କେବେ ତୁମ ହସର ରଙ୍ଗ ଫିକା 
ପଡ଼ିଯିବ ତେବେ ସେ ସଜେଇ ଦେବ ତୁମକୁ 
ଇନ୍ଦ୍ରଧନୁର ରଙ୍ଗରେ ।
ଯଦି କେବେ ଏକା ଲାଗେ ତେବେ 
ଉଡି ଯାଉଥିବା ପକ୍ଷୀମାନେ ଆସି ଶୁଣାଇ ଦେଇ ଯିବେ 
ସୁମଧୁର ଜୀବନ ସଂଗୀତ ନାନାଦି ଭାଷାରେ ।
ତାରାମାନେ ବି ତୁମକୁ ବନ୍ଧୁ ଭାବରେ 
ଆପଣେଇ ନେବେ ,ବର୍ଷା ବି ତୁମକୁ 
ଭିଜେଇ ଦେଇଯିବ ତୁମ ଇଛା ଅନୁସାରେ ।
ମୋର ଇଛା ତୁମେ ଖୁସିରେ ରୁହ 
ଜୀବନକୁ ଉପଭୋଗ କର 
ମୁଁ ଲିଭେଇ ଦଉଛି ତୁମ ଜୀବନରୁ 
ସବୁ ଦୁଃଖର ପଦଚି଼ହ୍ନ ,
ଏଇ ନିଅ ତୁମ ଖୁସିର ଆକାଶ 
ଏବେଠୁ ସାରା ଆକାଶ ତୁମର ….।
କଣ୍ଟାପଡା,କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।