ମହାସ୍ମିତା ଓଝା
ସକାଳ ନୁହେଁ କି ଶେଷ ରାତି ନୁହେଁମଧ୍ୟାହ୍ନ ଲେଖନୀ ଧାରା
ଭାଷା ସାହିତ୍ୟର ଭାବନାରେ ମୁଁ
କଲମ ଧରିଛି ପରା ।
ଓଡିଆ ଭାଷାର ପ୍ରଚାର ପ୍ରସାର
ବହୁଳ ଭାବରେ ହେଉ
ନୂତନ ପିଢିଙ୍କୁ ଲେଖିବା ଦେଖିଲେ
ଜୀବନ ମୋ ଶାନ୍ତି ପାଉ ।
ହଜି ହଜି ପୁଣି ବାଟ ଭୁଲିଯା'ନ୍ତି
ନବୀନ ତରୁଣ ଦଳ
ଅଭିମନ୍ୟୁ ଭାବେ ଭାଷା ଆନ୍ଦୋଳନେ
ସାରଥି ସାଜ ଯୁଦ୍ଧର ।
ଲେଲିହାନ ଶିଖା ଭରି ଦିଅ ତୁମେ
ଭାଷା ସୁରକ୍ଷାର ପାଇଁ
ଛାନ୍ଦ,ଚଉପଦୀ ,ଭାଗବତ ,ଗୀତା
ଜୀବନେ ଦିଅ ଖେଳାଇ ।
ଓଡିଆ ଆମେରେ ଭାଷା ମୋ ବଢିଆ
ସୁନ୍ଦର ତା'ଠୁଁ କେ' ନାହିଁ
ହାତେ ହାତ ରଖି ଶପଥ କରିବା
ଭାଷା ବଞ୍ଚାଇବା ପାଇଁ ।
ଲେଖିବା ପଢିବା ନିଶ୍ଚୟ କରିବା
ଓଡିଆରେ ପଢା ଲେଖା
ଭାଷା ନ ବଞ୍ଚିଲେ କିବା ପରିଚୟ
ଓଡ଼ିଶାର ନାହିଁ ସଖା ।
କେତେ ସୁନ୍ଦର ମୋ ଭାଗବତ ବାଣୀ
କେଡେ ମଧୁର ତା' ଭାଷା
ଯେଉଁ ବିଦେଶୀ ତ ଓଡିଶା ଆସିଛି
ପଖାଳ ,ଶାଗର ବାସ୍ନା ।
ଭୁଲିପାରି ନାହିଁ ବଡ ଠାକୁରଙ୍କୁ
ବର୍ଷ ବର୍ଷ ଆସେ ବୁଲି
ସେ ଦାରୁ ଦେବତା ନାହିଁ ହାତ ପାଦ
ଭକତ ଆସନ୍ତି ଚାଲି ।
ପଖାଳ କଂସାର ମାୟାରେ ଭୁଲଇ
ସକଳ ବିଷାଦ ତା'ର
ମାୟା ରୂପ ଧରି ନାଲିଆ ଅଧରେ
ସେହି ପରା ଯାଦୁଗର ।
ଜୀବନର ମୋକ୍ଷ, ସେ ପରା ନିର୍ବାଣ
ଲେଖା ଅଛି ଭାଗବତେ
କରି କରାଉ ଅଛି ପରା ସେହି
ନାହିଁ ତା' ପରି ଜଗତେ ।
ଓଡିଶାର ପାଣି ପବନରେ ଗଢା
ଏଇ ଶରୀରଟି ମୋର
ଲେଖେ ମହାସ୍ମୀତା ମୋ ଓଡିଆ ଭାଷା
ଜଗତ ମଧ୍ୟରେ ସାର ।
ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।