ସ୍ନେହଲତା ଲେଙ୍କା
ଜଞ୍ଜାଳର କୋଉ ଥାକରେ
ଅଖଞ୍ଜ ଭାବରେ ରହିଯାଇଚି
ମୋ ସ୍ବାଧୀନତାର ଟିକି ଟିକି ଡେଣା ।
ହଲଚଲ ହୋଇ ପାରେନା
ଚିପିହୋଇ ରହିଚି କାହାର ଓଜନିଆ ଉଶ୍ବାସ ତଳେ
ଛଟପଟ ହେଲେ ବି ଉଡିବାର ଯୁ ନାହିଁ
ଦବିଦବି ଯାଏ କୁଢକୁଢ ଇଛା ମାନଙ୍କର
ପୂର୍ତ୍ତି ପୂରଣରେ
ବେଶ୍ ଭଲ ଲାଗେ ନା.......
ବେଳେବେଳେ ଘାଣ୍ଟି ହେବାକୁ ଜଞ୍ଜାଳର ଭିଡରେ ।
ଜଞ୍ଜାଳ ବି ଏମିତି.....
କେବେ ଲାଗେ ଉତପ୍ତ ବାଲୁକା ଝଡର ମାଡ
ଆଉ କେବେ...
ଜ୍ୟୋତ୍ସ୍ନାବିଧୌତ ରଜନୀ ପରି ଖୁବ୍ ଶୀତଳ
ଦୋ'ଛକିର ପଥ
ନରମ ଘାସ ଗାଲିଚାର ଆସ୍ତରଣ
ପୁଣି ତିକ୍ଷ୍ଣ କଙ୍କରିତ ॥
ତଥାପି ହଜିବାକୁ ଖୋଜେ ମନ
ଜଞ୍ଜାଳର ଭିଡରେ
ଦରଭଙ୍ଗା ଡେଣାକୁ ଯୋଡି
ଖଣ୍ଡିଉଡା ଦେବା ପାଇଁ
ଖୁବ୍ ଇଛାଟେ ହୁଏ
ଚାରିକାନ୍ଥର ବନ୍ଦ କୋଠରୀ ଭିତରେ ॥
ଜୟ ସାହିତ୍ୟ, ଜୟ ସମାଜ
ଜଞ୍ଜାଳର କୋଉ ଥାକରେ
ଅଖଞ୍ଜ ଭାବରେ ରହିଯାଇଚିମୋ ସ୍ବାଧୀନତାର ଟିକି ଟିକି ଡେଣା ।
ହଲଚଲ ହୋଇ ପାରେନା
ଚିପିହୋଇ ରହିଚି କାହାର ଓଜନିଆ ଉଶ୍ବାସ ତଳେ
ଛଟପଟ ହେଲେ ବି ଉଡିବାର ଯୁ ନାହିଁ
ଦବିଦବି ଯାଏ କୁଢକୁଢ ଇଛା ମାନଙ୍କର
ପୂର୍ତ୍ତି ପୂରଣରେ
ବେଶ୍ ଭଲ ଲାଗେ ନା.......
ବେଳେବେଳେ ଘାଣ୍ଟି ହେବାକୁ ଜଞ୍ଜାଳର ଭିଡରେ ।
ଜଞ୍ଜାଳ ବି ଏମିତି.....
କେବେ ଲାଗେ ଉତପ୍ତ ବାଲୁକା ଝଡର ମାଡ
ଆଉ କେବେ...
ଜ୍ୟୋତ୍ସ୍ନାବିଧୌତ ରଜନୀ ପରି ଖୁବ୍ ଶୀତଳ
ଦୋ'ଛକିର ପଥ
ନରମ ଘାସ ଗାଲିଚାର ଆସ୍ତରଣ
ପୁଣି ତିକ୍ଷ୍ଣ କଙ୍କରିତ ॥
ତଥାପି ହଜିବାକୁ ଖୋଜେ ମନ
ଜଞ୍ଜାଳର ଭିଡରେ
ଦରଭଙ୍ଗା ଡେଣାକୁ ଯୋଡି
ଖଣ୍ଡିଉଡା ଦେବା ପାଇଁ
ଖୁବ୍ ଇଛାଟେ ହୁଏ
ଚାରିକାନ୍ଥର ବନ୍ଦ କୋଠରୀ ଭିତରେ ॥
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।