ଲୋରୀ ସ୍ବାଇଁ

କୁଜିନେତା ସବୁ ହାଇଜମ୍ପ ମାରି
କରିଲେଣି ଠିଆ ପାଲା
ଭୋଟ୍ ଆସୁନି ନୋଟ୍ ଆସୁଛି
ପକେଟ କଲେଣି ଖୋଲା ।
ଆହାରେ ମୋ ନନ୍ଦଲାଲା ;
ଯେତିକି ଖଞ୍ଜିଛ ପାଣ୍ଠିରେ ଲବଣୀ
ଲୁଟିବେ ଚାମୁଣ୍ଡା ଚେଲା ।।
ପାଦତଳେ ମାଖି ସୋରିଷ ତେଲକୁ
ନରମ କରିବେ ନିତି
ଗାଆଁ ଗଣ୍ଡାରେ ଟେଣ୍ଟେ ନଗେଇ
ଖେଳିବେ ଯେ କିତିକିତି
ବାଃ ବାଃରେ ମୋ ରାଜନୀତି;
ଭୋଟ୍ ପେଇଁକି କା' ଦେଇପିଣ୍ଡିରେ
ଚୂଲି ନଗେଇବେ ଫୁଙ୍କି ।।

ଧୋବ ଫର ଫର ହାୟନି ଜାମାକୁ
ଉଜାଲାରେ ଧୋଇ ଦେଇ
କି ରଙ୍ଗ ଦେଖିବ ଶୃଗାଳ ମାନଙ୍କୁ
ସତେ ସେ ଧରମ ଜୋଇଁ
ବିଷ୍ଟାରୁ କାଢ଼ନ୍ତି ଉଇ ;
ଉପରେ ପଡିଲେ ପୋଛିପାଛି ଦେଇ
ଭାବି ଖାଇଯିବେ ଖଇ ।।
ମାଇପ ବୋଲିଆ କରମ କୁଢ଼ିଆ
ଖଚୁଆ ମିଛୁଆ ଯେତେ
ପୋଇଲି ଥୋଇଲି ଏକଠାବେ ମେଳି
ପର ପାଖେ ଦିନ ବିତେ ।
କୁଜିନେତା ବେଶି ମୂତେ ;
ଭାରିଯା ବି ଜେ ଡ଼ି ଗେରସ୍ତ ବି ଜେ ପି
ଗଡ଼ାଗଡ଼ି ରଣ କ୍ଷେତେ ।।
ମାଆ ଫୁଙ୍କେ ଶଙ୍ଖ ବୋପା ପଦ୍ମ ରଙ୍କ
ପୁଅର ପାଞ୍ଚ ଅଙ୍ଗୁଳି
କମ୍ଯୁନିଷ୍ଟି ପାଇଁ ଝିଅ ହୋଇ ବାଇ
ବୁଲୁଅଛି ବାର ଗଳି ।
କେ' ନୁହେଁ କାହାକୁ ବଳି ;
କଟୁରି ପନିକି ଝାଡ଼ୁ ଆଉ ଡ଼ଙ୍କି
ବେଲଣା କାଠିରେ କଳି ।।
ଓସ୍ତପୁର,କାକଟପୁର,ପୁରୀ
ଜୟ ସାହିତ୍ୟ, ଜୟ ସମାଜ

କୁଜିନେତା ସବୁ ହାଇଜମ୍ପ ମାରି
କରିଲେଣି ଠିଆ ପାଲା
ଭୋଟ୍ ଆସୁନି ନୋଟ୍ ଆସୁଛି
ପକେଟ କଲେଣି ଖୋଲା ।
ଆହାରେ ମୋ ନନ୍ଦଲାଲା ;
ଯେତିକି ଖଞ୍ଜିଛ ପାଣ୍ଠିରେ ଲବଣୀ
ଲୁଟିବେ ଚାମୁଣ୍ଡା ଚେଲା ।।
ପାଦତଳେ ମାଖି ସୋରିଷ ତେଲକୁ
ନରମ କରିବେ ନିତି
ଗାଆଁ ଗଣ୍ଡାରେ ଟେଣ୍ଟେ ନଗେଇ
ଖେଳିବେ ଯେ କିତିକିତି
ବାଃ ବାଃରେ ମୋ ରାଜନୀତି;
ଭୋଟ୍ ପେଇଁକି କା' ଦେଇପିଣ୍ଡିରେ
ଚୂଲି ନଗେଇବେ ଫୁଙ୍କି ।।

ଧୋବ ଫର ଫର ହାୟନି ଜାମାକୁ
ଉଜାଲାରେ ଧୋଇ ଦେଇ
କି ରଙ୍ଗ ଦେଖିବ ଶୃଗାଳ ମାନଙ୍କୁ
ସତେ ସେ ଧରମ ଜୋଇଁ
ବିଷ୍ଟାରୁ କାଢ଼ନ୍ତି ଉଇ ;
ଉପରେ ପଡିଲେ ପୋଛିପାଛି ଦେଇ
ଭାବି ଖାଇଯିବେ ଖଇ ।।
ମାଇପ ବୋଲିଆ କରମ କୁଢ଼ିଆ
ଖଚୁଆ ମିଛୁଆ ଯେତେ
ପୋଇଲି ଥୋଇଲି ଏକଠାବେ ମେଳି
ପର ପାଖେ ଦିନ ବିତେ ।
କୁଜିନେତା ବେଶି ମୂତେ ;
ଭାରିଯା ବି ଜେ ଡ଼ି ଗେରସ୍ତ ବି ଜେ ପି
ଗଡ଼ାଗଡ଼ି ରଣ କ୍ଷେତେ ।।
ମାଆ ଫୁଙ୍କେ ଶଙ୍ଖ ବୋପା ପଦ୍ମ ରଙ୍କ
ପୁଅର ପାଞ୍ଚ ଅଙ୍ଗୁଳି
କମ୍ଯୁନିଷ୍ଟି ପାଇଁ ଝିଅ ହୋଇ ବାଇ
ବୁଲୁଅଛି ବାର ଗଳି ।
କେ' ନୁହେଁ କାହାକୁ ବଳି ;
କଟୁରି ପନିକି ଝାଡ଼ୁ ଆଉ ଡ଼ଙ୍କି
ବେଲଣା କାଠିରେ କଳି ।।
ଓସ୍ତପୁର,କାକଟପୁର,ପୁରୀ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।