7/05/2019

ଜଲିଉଡରେ ନଗ୍ନତା-ଏକ ସମନ୍ବୟ ବିଚାର ବିମର୍ଷର ଉଚିତ ସମୟ

ଲିପ୍ସା ଗିରି

                                ସମାଜର ଚତୁଃପାର୍ଶ୍ୱରେ ଅନ୍ତର୍ନିହିତ ସମସ୍ଯାକୁ ପ୍ରଦର୍ଶନ କରି ଏବଂ ଏହାର ସମାଧାନ କରିବା ହେଉଛି ଯାତ୍ରା ମହଲର ସଦସ୍ଯ ଓ ସଦସ୍ଯା ବା ଜଲିଉଡ଼୍‌ ମାନଙ୍କର ପ୍ରାଣଧାନୀ ଚେଷ୍ଟା ; ସମାଜର ଭୌଗୋଳିକ ସ୍ଥିତି, ସମାଜର ସଂଘଠିତ ଅତୀତ ଘଟଣାବଳୀ ଏବଂ ସମାଜର ହିତ ସାଧନ ପାଇଁ ରଚିତ ନାଟକ ଗୁଡ଼ିକୁ ଉପସ୍ଥାପନ ଦର୍ଶକଙ୍କ ସାମ୍ନାରେ ମନୋରଞ୍ଜନ ସହିତ ସମାଜର ସ୍ଥିତି ସୁଧାରିବା ଏବଂ ଯଥୋଚିତ ପ୍ରୟାସ ପାଇଁ ପ୍ରଧାନ କାର୍ଯ୍ଯ କରିବା ଏବଂ ହିତ ସାଧନ କରିବାକୁ ଜଲିଉଡ଼୍‌,ହଲିଉଡ଼୍‌, ବଲିଉଡ ଆଦି କଳାକାରମାନେ ପ୍ରଧାନ ଓ ମହତ୍‌ କାର୍ଯ୍ଯ ରୂପେ ବିବେଚିତ କରିଥା'ନ୍ତି ।


      କେତେକ ମୁଖ୍ୟ ଭୂମିକାରେ ରହି ଜୀବନର ଯାତ୍ରାକୁ ବୁଝି ସାରି ସେହି ଯାତ୍ରା ମହଲର ନିର୍ଦ୍ଧିଷ୍ଟ ପରିପଥରେ ନିଜକୁ ଦଣ୍ଡାୟମାନ କରି ଦୃଢ ମନୋବଳ ସହ ଅତି ସୌନ୍ଦର୍ଯ୍ୟ ଭରି ଅଭିନୟ ମାଧ୍ଯମରେ ସମାଜର ବିରାଟ ସମସ୍ଯାକୁ କିପରି ସମାଧାନ କରିହେବ, ସେଥିପ୍ରତି ଦିଗ୍‌ଦର୍ଶକ ଭାବେ ନିଜକୁ ହିଁ ପ୍ରଚ୍ଛଦପଟରେ ଉପସ୍ଥିତ କରାଇ ଥାଏ । ମୁଖ୍ୟ ଭୂମିକାକୁ ସୁଚାରୁରୂପେ ସାହାଯ୍ୟ ଓ ସହାନୁଭୂତି ପ୍ରଦାନ କରିବା ପାଇଁ ତା' ସପକ୍ଷରେ ଥିବା ଅନେକ ଅଭିନେତା ଓ ଅଭିନେତ୍ରୀ ନିଜ ନିଜର ସ୍ଥାନକୁ ଜାବୁଡ଼ି ଧରିଥା'ନ୍ତି, କଦାପି ବିପକ୍ଷର ସହାୟ ହୁଅନ୍ତି ନାହିଁ । ଲୋଭାସକ୍ତ ହୋଇ କୌଣସି ସପକ୍ଷ ବ୍ଯକ୍ତି ବିପକ୍ଷର ଚକ୍ରାନ୍ତରେ ଫସି ଏକ ନିର୍ଦ୍ଧିଷ୍ଟ ମାର୍ଗ ମାଧ୍ଯମରେ ତା'ର ସପକ୍ଷରେ ଥିବା ମୁଖ୍ୟ ଭୂମିକା ହଟାଇବାକୁ ଚେଷ୍ଟା କରେ । ତେବେ ସେହି ମୁଖ୍ୟ ଭୂମିକା ହିଁ ତାକୁ ଉଚିତ୍ ଶିକ୍ଷା ପ୍ରଦାନ କରେ ।

                 ଅଦ୍ଯ ସମାଜରେ ଏଇ ହେଉଛି ଏକ ସାଧାରଣ ମନୁଷ୍ୟ ପଶ୍ଚାତରେ ଥିବା ଏକ ଅଲିଭା ମୁଖା ଯୁକ୍ତ,ଏକ ଭ୍ରଷ୍ଟ ଯୁକ୍ତ ମନୁଷ୍ଯର ପରିଚୟ । ଯାହା ମାଧ୍ଯମରେ ଏକ ସ୍ବାର୍ଥ ଯୁକ୍ତ ନିଜସ୍ବ ସ୍ବାର୍ଥକୁ ବଞ୍ଚାଇବାକୁ ଯାଇ ଏକ ସ୍ବାର୍ଥପୂର୍ଣ୍ଣ ବୀଜ ତିଆରି କରିଥାଏ । ସେହି ସ୍ବାର୍ଥର ବୀଜରେ ପ୍ରଥମ କରି ଯେପରି ବୀଜଟି ମୃତ୍ତିକାରେ ପୋତି ଦିଆ ଯାଇଥାଏ, ସେହିପରି ସେ ତା'ର ସ୍ବାର୍ଥ ଯୁକ୍ତ ବୀଜକୁ ଲୋଭ ସମ ମୃତ୍ତିକା ସହ ଯୋଡ଼ି ସେଠାରେ ପୋତି ହିଂସାର ଜଳ, ଗର୍ବର ଖତ, ମୋହ'ର ଖାଦ୍ଯ, ଲାଳସା ପତ୍ର, ମାୟାର ଫଳ, କ୍ରୋଧର ଫୁଲ ଉତ୍ପନ୍ନ କରି ବିତରଣ କରି ସୃଷ୍ଟି ହୋଇଥାଏ ।ଏପରି ଏକ ବିଷ ବୃକ୍ଷ ଉତ୍ପନ୍ନ ହୋଇ ଏପରି ଶାଖା ମାଧ୍ଯମରେ ଉପସ୍ଥିତ ହୋଇଥିବା ଅନେକ ଲୋକ ବା ଏହି ବୃକ୍ଷ ପ୍ରତି ଆସକ୍ତି ଭାବ ରଖୁଥିବା ଅନେକ ମନୁଷ୍ଯ ନିଜସ୍ବ ବିବେକକୁ ଭୁଲି ତୃଷ୍ଣାହୀନ ଜଳ ପ୍ରତି ଧାବମାନ ହେଉଥା'ନ୍ତି ।

            ଯାତ୍ରା ମହଲରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରୁ ମୁଖ୍ୟ ନାୟକ ବା ନାୟିକା ସେମାନଙ୍କୁ ନେଇ ଯାତ୍ରାର ଚରିତ୍ର ଗଠନ ହୋଇଥାଏ, କେତେକ ଅଭିନେତା ଓ ଅଭିନେତ୍ରୀ ଯାତ୍ରାର କେତେକ ସ୍ଥାନରେ ରହିଥା'ନ୍ତି । କାଳାଧୀନ ଅନୁସାରେ ଅନେକ ସମୟରେ ନିଜ ନିଜର ଚରିତ୍ର ସେଠାରେ ଉପସ୍ଥିତ ଥିବା ଦର୍ଶକଙ୍କ ନିକଟରେ ପ୍ରଦର୍ଶନ କରିଥା'ନ୍ତି  । ନାୟକ ଓ ନାୟିକାଙ୍କ ମଧ୍ୟରେ ପ୍ରେମାସକ୍ତ ଭାବ ଆସି ସେ ଦୁହେଁ ପ୍ରେମୀ ଯୁଗଳ ଭାବେ ଉଡ଼ି ବୁଲନ୍ତି ପ୍ରେମାଧୀନ ଉପବନେ । ସେହି ସମୟରେ ସେମାନେ ମୁଗ୍ଧ ହୋଇ ସଙ୍ଗୀତ ଓ ନୃତ୍ଯ ଛଳରେ ନିଜସ୍ବ ଯୋଡ଼ିର ତେଜସ୍କ୍ରିୟ ଭାବକୁ ଅନ୍ୟ ମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରନ୍ତି । ଏକ ଉପବନ ମଧ୍ଯରେ ଭ୍ରମର ଓ ପ୍ରଜାପତି ଭଳି ଘୂରି ଘୂରି ବୁଲନ୍ତି । ଉପବନ ମଧ୍ଯରେ ନାୟିକାର ପୁଷ୍ପ ସଦୃଶ ଘର ହେଲେ,ପାଗଳ ଭ୍ରମର ଏଣେତେଣେ ଘୂରି ବୁଲେ । ସେହି ସମୟରେ ପୁଷ୍ପର ମଧୁ ସଂଗ୍ରହ କରେ ପାଗଳ ଭ୍ରମର । ମାଳୀ ହେଉଛି ପୁଷ୍ପର ପିତା, ତେବପିତା ଆସିବା ମାତ୍ରେ ଭ୍ରମରକୁ ଦେଖି ପାଗଳ ଭ୍ରମରକୁ ପୁଷ୍ପ ଠାରୁ ଅଲଗା କରିଦିଏ । ସେହି ବିଚ୍ଛେଦ ସମୟ ଭ୍ରମର ବହୁତ କଷ୍ଟରେ ଜର୍ଜରିତ ପାଗଳ ପ୍ରାୟ ହୋଇ ଘୂରି ବୁଲେ । ଉଜାଗର ରହି ପୁଷ୍ପ ଭ୍ରମରକୁ ଅପେକ୍ଷା କରେ । ଭ୍ରମର ଲୁଚି ଲୁଚି ଆସି ପୁଷ୍ପକୁ ଚୁମ୍ବନ ଦିଏ, ସେଠାରୁ ମଧୁ ସଂଗ୍ରହ କରେ ।

    ଏହିପରି ଯାତ୍ରା ମହଲରେ ନାୟକ ଓ ନାୟିକା ମନୁଷ୍ଯ ଭାବରେ ସଙ୍ଗୀତ ଓ ନୃତ୍ଯ କଲାବେଳେ ତାଙ୍କ ନୃତ୍ଯ ବସ୍ତ୍ର ପରିଧାନ କରି ନୃତ୍ଯ କରିଥା'ନ୍ତି । ଅନେକ ଦ୍ରଷ୍ଟା ଏହାକୁ ଖରାପ ଦୃଷ୍ଟିରେ ଅନୁକରଣ କରି ଖରାପ ଭାବନା ନେଇ ଏକ ଚିତ୍ରଣ କରିବାର ସୁଯୋଗ ପାଇଥା'ନ୍ତି । ସେମାନେ ସେଠାରେ ସୌନ୍ଦର୍ଯ୍ୟ ନ ଖୋଜି ଅଶ୍ଳୀଳତା ଖୋଜି ଥା'ନ୍ତି । ତେଣୁ ସେମାନେ ଅଶ୍ଳୀଳତାକୁ ହିଁ ଆପଣେଇ ସେ ନାୟକ ଓ ନାୟିକା ମାନଙ୍କୁ ସମ୍ମୁଖରେ ନ କହି ସେମାନଙ୍କୁ ବିଷୟାଧୀନା କିଛି ଘୃଣ୍ୟ ବାର୍ତ୍ତା ସମାଜକୁ ପ୍ରଦର୍ଶନ କରିଥା'ନ୍ତି ।

   ମୋ ପକ୍ଷରେ ଏଠାରେ ମତ ହେଉଛି, କୌଣସି ଜିନିଷ ମଧ୍ୟରେ ଯଦି ଆପଣମାନେ କିଛି ସୌନ୍ଦର୍ଯ୍ୟକୁ ଅନୁକରଣ କରି ପାରୁନାହାନ୍ତି, ତେବେ ଆପଣ ମାନଙ୍କୁ ମୋ ଅନୁରୋଧ ଯେଉଁମାନେ ବି ଏ ପ୍ରବନ୍ଧ ପଠନ କରିବେ ଅସୌନ୍ଦର୍ଯ୍ଯ ଜିନିଷ ବି ସେହି ଜିନିଷଟିରେ ଖୋଜନ୍ତୁ ନାହିଁ । ସର୍ବଦା ମନକୁ ସୌନ୍ଦର୍ଯ୍ୟ ଓ ଶୁଦ୍ଧ କଲେ ତେବେ ନିଶ୍ଚୟ ସବୁ ଜିନିଷ ମଧ୍ୟରେ ସୌନ୍ଦର୍ଯ୍ୟଟିକୁ ଆମେ ଠାବ କରିପାରିବା । ଅନ୍ୟ ପକ୍ଷରେ ସମାଜର ଶୋଷଣତା ଓ ଭ୍ରଷ୍ଟାଚାରତା, ନାରୀ ପ୍ରତି ଅପବ୍ୟବହାର କିଛି କମ ହେଉନାହିଁ । ଏହାର କାରଣ, ଉପରୋକ୍ତ ଲିଖିତରେ ଥିବା ବିଷ ବୃକ୍ଷ ।

           ଆମ୍ଭ ମାନଙ୍କୁ ଅତି ଖରାପ ଲାଗେ ଯେତେବେଳେ ଯାତ୍ରା ମହଲରେ ଏକ ଅଭିନୟ ମାଧ୍ଯମରେ ନାରୀର ବଳାତ୍କାର ହେଉଥିବ । ଏହାକୁ ଦେଖିବା ପାଇଁ କେତେକ ଦର୍ଶକ ଆକର୍ଷିତ ଭାବରେ ଚାହିଁ ରହିବା ସହିତ ଅନ୍ୟ କେତେକ ଦର୍ଶକ ଯାତ୍ରା ମହଲର ଏହି ବଳାତ୍କାର ସିନ୍‌କୁ ଅତି ଖରାପ ଭାବେ ଚିତ୍ରଣ କରି ସମଗ୍ର ଯାତ୍ରା ମହଲକୁ ହିଁ ଖରାପ କହୁଥିବେ । ଏହି ପରିପ୍ରେକ୍ଷୀରେ ମୋର ଗୋଟେ ପ୍ରଶ୍ନ - ଯଦି ଆମ୍ଭେ ମାନେ ପରଦା ପଛରେ ହେଉଥିବା ବଳାତ୍କାରକୁ ଦେଖି ସେମାନଙ୍କ ଅଭିନୟକୁ ଏକ ଚିତ୍ରଣ କରି ସମସ୍ତ ଯାତ୍ରା ମହଲ ଓ ସେଠାକାର ସଦସ୍ଯ ମାନଙ୍କୁ ଖରାପ ବୋଲି କହି ପାରୁଛେ, ତେବେ ଆମ ସମାଜରେ ବାସ୍ତବରେ ଆମ ଚକ୍ଷୁର ଅତି ନିକଟରେ ଅନେକ ଘଟଣା ଯାହା ନାରୀର ବଳାତ୍କାର ସିନ୍‌କୁ ଆମେ ଟି.ଭି ପରଦାରେ ଆମରି ମାନଙ୍କ ମଧ୍ୟରେ ଥିବା କେତେକ ରାକ୍ଷସ ଜାତିର ଲୋକଙ୍କୁ ଦେଖି କିପରି ସହ୍ୟ କରି ପାରୁଛେ ? ଏପରି ଅନିର୍ଦ୍ଧିଷ୍ଟ କାଳ ହିଁ ଆମ ପାଇଁ ଆଣି ନ ଦେଉ ଏକ ବିରାଟ ସମସ୍ଯାର ପ୍ଯାକେଜ୍‌, ଯେଉଁ ପ୍ଯାକେଟ୍‌ର ଭିତରେ କେବଳ ବିଷ ବୃକ୍ଷଟିଏ ଉପସ୍ଥିତି ଜାହିର୍‌ କରୁଥିବ । ତେଣୁ ମୋର ଲେଖାର ମାଧ୍ଯମରେ ମୁଁ ଛୋଟ କବିତା ଛଳରେ ଲେଖୁଅଛି :-
       "ବେଳ ଥାଉ ଥାଉ ହୁଅ ସାବଧାନ,
          ନକର କଦାପି କା'ର ଅପମାନ,
          ଇଜ୍ଜତକୁ ନେଇ ବଞ୍ଚିଥାଅ ସଦା,
        ପ୍ରଶାନ୍ତିର ମାର୍ଗ କରି ଅନ୍ବେଷଣ ।"

   ନାରୀକୁ ମୁକ୍ତି ଦିଆ ଯାଇଛି ବର୍ତ୍ତମାନ ସମାଜରେ । ନାରୀ ସମସ୍ତ ଓଲିଉଡ,ବଲିଉଡ,ଜଲିଉଡ଼ ଇତ୍ଯାଦି ସ୍ଥାନରେ ପାଦ ଥାପି ବହୁତ ସୁନାମ ଅର୍ଜନ କରୁଛି ସତ, କିନ୍ତୁ ଏ ସ୍ବାଧୀନତା ଯେଉଁ ନାରୀ ପ୍ରାଚୀନ ଯୁଗରେ ପାଇ ନଥିଲା ତା' ବର୍ତ୍ତମାନ ଯୁଗରେ ପ୍ରାପ୍ତ ହୋଇଅଛି ।
                         

         ଭିନ୍ନାଦି ନାରୀ ନିଜର ସଂସ୍କାର,ରୀତିନୀତି ମଧ୍ୟରେ ଆବଦ୍ଧ ହୋଇ ନିଜର ଶରୀରକୁ ଆବଦ୍ଧ କରି ଏହିପରି କେତେକ କଳା ମାଧ୍ଯମରେ ନିଜର ସୁନାମକୁ ଉପସ୍ଥାପନ କରୁଛନ୍ତି । କିନ୍ତୁ ନଗ୍ନ ରୂପରେ ମଧ୍ୟ ଭିନ୍ନାଦି ନାରୀ ନିଜର ଅଶ୍ଳୀଳ ଶରୀର ପ୍ରଦର୍ଶନ ପୂର୍ବକ ଏହି ସମାଜରେ ବାସ କରୁଥିବା ସମସ୍ତ ଲୋକ ମୁଖ,ଚକ୍ଷୁ, କର୍ଣ୍ଣରେ ଅଶ୍ଳୀଳତା ହିଁ ସୃଷ୍ଟି କରିସାରିଲେଣି । ପୁରୁଷ  ସମାଜ ଓ ନାରୀ ସମାଜର ତାରତମ୍ୟ ରହିବା ବଦଳରେ ସମୟର ଅପେକ୍ଷା ପୂର୍ବରୁ ଏହାର ସମନ୍ବୟ ଘଟି ଏକ ଦୁଷ୍କର୍ମ ସମାଜ ସୃଷ୍ଟି ହୋଇ ଚାଲିଛି । ଯାହାକି ଆମ ପୌରାଣିକ ପ୍ରଥା, ଧର୍ମ, ରୀତିନୀତି, ସଂସ୍କାରକୁ ହଜାଇ ଚାଲିଛି  । କୌଣସି ଗୁଢ଼ ରହସ୍ୟକୁ ଟାଣି ଧରିବା, ଗମ୍ଭୀର ଲକ୍ଷ୍ୟ ପୂରଣ କରିବାକୁ ଯାଇ ନିଜ ସଂସ୍କାର ଭୁଲିଯିବା ସଦୁପଯୋଗର ମାର୍ଗ ନୁହେଁ  ।

ବାଜପୁର, କାକଟପୁର,ପୁରୀ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।