ସତ୍ଯଜିତ ସ୍ବାଇଁ
ଉଠିପଡ ଆହେ ଉତ୍କଳ ନିବାସୀ
କେବେଠୁ ରହିଛ ଶୋଇ
ସମୟ ସୁଅରେ ପୂରୁବ ଗୌରବ,
ଗଲାଣି କେବେଠୁ ଧୋଇ ||
ଆଜିର ଦିନରେ ତୁମର ପଡୋଶୀ
ଗଲେଣି ଆଗକୁ ବଢ଼ି
ସଅଳ ଉଠିକି ଦୌଡିବନି ଯଦି,
ବହୁ ପଛେ ଯିବ ପଡ଼ି ||
ପୂର୍ବପୁରୁଷଙ୍କ ସଫଳତା ଧରି
ଖାଉଅଛ ବିକି ବିକି
କେତେଦିନ ଆଉ ପଙ୍ଗୁ ସାଜିଥିବ,
ପଡ଼ୁନାହଁ କିବା ଥକି ||

ଶସ୍ୟଶ୍ୟାମଳାରେ ପୂର୍ଣ୍ଣ ଥିଲା ଦିନେ
ତୁମ ରତ୍ନଗର୍ଭା ମାଟି
ଆଜି ତହିଁ ଶିଶୁ କୁପୋଷଣେ ମରେ,
ଦାନା ପାଏ ନାହିଁ ପାଟି ||
ଆଜିର ଦିନରେ ନେତାମନ୍ତ୍ରୀଙ୍କର
ହୋଇଅଛ ତୁମେ ବଶ
ଅଳସୁଆମୀର ଚାଦରର ତଳେ,
ହରାଉଛ ନିଜ ଯଶ ||
କାଲି ଯିଏ ତୁମ ବୀରତ୍ୱ ଆଗରେ
ନୁଆଇଁ ଥିଲା ତା' ମଥା
ଆଜି ତୁମେ ଏଠି ଅପାରଗ ସାଜି
ଗାଉଅଛ ତା'ର ଗାଥା ||
ଖୋଲି ଦିଅ ନିଜ ପାଦରୁ ଶିକୁଳି
ମନ କର ପୁଣି ଦୃଢ଼
ପୂରୁବ ଗୌରବ ଫେରି ପାଇବାକୁ,
ଆଗକୁ ଆଗକୁ ବଢି ||
ସୁନାର ଓଡ଼ିଶା ଗଢିବା ପାଇଁକି
କର ଆଜି ତୁମେ ପଣ
ଆଜି କରୁଅଛି ଏତିକି ଗୁହାରି,
କାନ ଖୋଲି ଥରେ ଶୁଣ ||
ଅଡ଼ଶପୁର (କଟକ)
ଜୟ ସାହିତ୍ୟ, ଜୟ ସମାଜ
ଉଠିପଡ ଆହେ ଉତ୍କଳ ନିବାସୀ କେବେଠୁ ରହିଛ ଶୋଇ
ସମୟ ସୁଅରେ ପୂରୁବ ଗୌରବ,
ଗଲାଣି କେବେଠୁ ଧୋଇ ||
ଆଜିର ଦିନରେ ତୁମର ପଡୋଶୀ
ଗଲେଣି ଆଗକୁ ବଢ଼ି
ସଅଳ ଉଠିକି ଦୌଡିବନି ଯଦି,
ବହୁ ପଛେ ଯିବ ପଡ଼ି ||
ପୂର୍ବପୁରୁଷଙ୍କ ସଫଳତା ଧରି
ଖାଉଅଛ ବିକି ବିକି
କେତେଦିନ ଆଉ ପଙ୍ଗୁ ସାଜିଥିବ,
ପଡ଼ୁନାହଁ କିବା ଥକି ||

ଶସ୍ୟଶ୍ୟାମଳାରେ ପୂର୍ଣ୍ଣ ଥିଲା ଦିନେ
ତୁମ ରତ୍ନଗର୍ଭା ମାଟି
ଆଜି ତହିଁ ଶିଶୁ କୁପୋଷଣେ ମରେ,
ଦାନା ପାଏ ନାହିଁ ପାଟି ||
ଆଜିର ଦିନରେ ନେତାମନ୍ତ୍ରୀଙ୍କର
ହୋଇଅଛ ତୁମେ ବଶ
ଅଳସୁଆମୀର ଚାଦରର ତଳେ,
ହରାଉଛ ନିଜ ଯଶ ||
କାଲି ଯିଏ ତୁମ ବୀରତ୍ୱ ଆଗରେ
ନୁଆଇଁ ଥିଲା ତା' ମଥା
ଆଜି ତୁମେ ଏଠି ଅପାରଗ ସାଜି
ଗାଉଅଛ ତା'ର ଗାଥା ||
ଖୋଲି ଦିଅ ନିଜ ପାଦରୁ ଶିକୁଳି
ମନ କର ପୁଣି ଦୃଢ଼
ପୂରୁବ ଗୌରବ ଫେରି ପାଇବାକୁ,
ଆଗକୁ ଆଗକୁ ବଢି ||
ସୁନାର ଓଡ଼ିଶା ଗଢିବା ପାଇଁକି
କର ଆଜି ତୁମେ ପଣ
ଆଜି କରୁଅଛି ଏତିକି ଗୁହାରି,
କାନ ଖୋଲି ଥରେ ଶୁଣ ||
ଅଡ଼ଶପୁର (କଟକ)
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।